ବଢିଲା ଆଦାନୀଙ୍କ ଅଡୁଆ। ଦିଆଯାଇଥିବା ଋଣ ବାବଦରେ ବ୍ୟାଙ୍କକୁ ହିସାବ ମାଗିଲା ଆରବିଆଇ।

186

କନକ ବ୍ୟୁରୋ: ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗର ରିପୋର୍ଟ ପରେ ବଢ଼ିଲା ଆଦାନୀଙ୍କ ସମସ୍ୟା । ତେବେ ଏହି ରିପୋର୍ଟ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ବଡ଼ ପଦକ୍ଷେପ ଉଠାଇଛି । ଆରବିଆଇ ଦେଶର ସବୁ ବ୍ୟାଙ୍କକୁ ଏକ ନିର୍ଦ୍ଦେଶନାମା ଜାରିକରିଛି । ଯେଉଁଥିରେ ଆଦାନୀ ଗ୍ରୁପକୁ ଦିଆଯାଇଥିବା ଋଣ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଛି ଆରବିଆଇ । ନ୍ୟୁଜ ଏଜେନ୍ସି ରଏଟର୍ସ ଏହି ସୂଚନା ଦେଇଛି । ଆଦାନୀ ଗ୍ରୁପର ସେୟାର ଲଗାତର ଭାବେ ହ୍ରାସ ପାଇବା ପରେ ସରକାରୀ ବ୍ୟାଙ୍କ ଓ ଏଲଆଇସି ସେୟାରରେ ମଧ୍ୟ ହ୍ରାସ ଘଟିଛି ।