କନକ ବ୍ୟୁରୋ: ଏବେ ଆପଣଙ୍କୁ ଆଦାନୀଙ୍କ କମ୍ପାନୀ ଠାରୁ ଟ୍ରେନ ଟିକେଟ୍ କିଣିବାକୁ ପଡିପାରେ । ଏହାର କାରଣ ହେଉଛି ଖୁବଶୀଘ୍ର ଆଦାନୀ ରେଲୱେ ଟିକେଟର ତୃତୀୟ ପକ୍ଷ ଦାୟିତ୍ୱ ନେବାକୁ ଯାଉଛି । ଆପଣଙ୍କୁ ଏବେ ଆଇଆରସିଟିସିକୁ ଯାଇ ଟିକେଟ୍ କିଣିବା ପାଇଁ ପଡୁଛି । ଏଥିରେ ଆସିପାରେ ଗୋଟିଏ ବଡ ପରିବର୍ତନ । ତୃତୀୟ ପକ୍ଷ ଭାବରେ ପୂର୍ବରୁ ଏହି ଟିକେଟ ଷ୍ଟାର୍କ ଏଣ୍ଟରପ୍ରାଇଜେସ ପ୍ରାଇଭେଟ ଲିମିଟେଡ ବା ଏସଇପିଏଲ ଯାହାର ଅନ୍ୟ ନାମ ‘ଟ୍ରେନମ୍ୟାନ’ ବିକ୍ରି କରେ । କିନ୍ତୁ ଏବେ ଏହି କଂପାନୀକୁ ଆଦାନୀଙ୍କ ଏକ ସହଯୋଗୀ କଂପାନୀ କିଣିବାକୁ ଯାଉଛି । ଏଥିପାଇଁ ଚୁକ୍ତି ମଧ୍ୟ ହୋଇଛି । ଶତ ପ୍ରତିଶତ ଚୁକ୍ତି ହୋଇଥିବାରୁ ଏବେ ଟ୍ରେନ ଟିକେଟ ଆଦାନୀ କମ୍ପାନୀ ହାତରେ ରହିବ ବୋଲି କୁହାଯାଉଛି । ଆଦାନୀ ଗ୍ରୁପ ଏ ନେଇ ଷ୍ଟକ ମାର୍କେଟକୁ ଅବଗତ କରାଇଛି । ଆଦାନୀ ଗ୍ରୁପର ଆଦାନୀ ଡିଜିଟାଲ ପ୍ରାଇଭେଟ ଲିମିଟେଡ ବା ଏଡିଏଲ ଏସଇପିଏଲଠୁ ଅଧିଗ୍ରହଣ କରିଛି । ତେବେ ବଢିଯିବ କି ଟ୍ରେନ ଟିକେଟର ମୂଲ୍ୟ ତାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି । ନିକଟରେ ହିଣ୍ଡେନବର୍ଗ ରିପୋର୍ଟ ଆଦାନୀଙ୍କର ଅନେକ କ୍ଷତିର କାରଣ ପାଲଟି ଥିବା ବେଳେ ଏହି ମାମଲାର ତଦନ୍ତ ଚାଲିଛି । ଅନ୍ୟପଟେ ଆଦାନୀ ନିଜ କ୍ଷତିଭରଣ କରି ବଜାରରେ ନିଜର ସ୍ଥିତି ମଜବୁତ କରିସାରିଥିବା ଜଣାପଡିଛି । ଆଉ ଏହାରି ଭିତରେ ସମାଲୋଚକଙ୍କ ମତରେ ରେଲୱେ ବିଭାଗ ଉପରେ ଆଦାନୀଙ୍କ ଆଖି ପଡିଛି ।
ଖୁବଶୀଘ୍ର ଆଦାନୀଙ୍କଠାରୁ କିଣିବା ପାଇଁ ପଡିପାରେ ଟ୍ରେନ୍ ଟିକେଟ । ‘ଟ୍ରେନ୍ ମ୍ୟାନ’ର ସମସ୍ତ ସେୟାରକୁ କିଣି ନେଲା ଗୌତମ ଆଦାନୀଙ୍କ କମ୍ପାନୀ ଏଡିଏଲ ।
/kanak/media/post_attachments/wp-content/uploads/2023/06/20_00000-4.jpg)