ଆଦାନୀ ପ୍ରସଙ୍ଗରେ ପୁଣି ସରକାରଙ୍କୁ ଘେରିଲେ ବିରୋଧୀ : ଜେପିସି ତଦନ୍ତ ଦାବିରେ ଜିଦରେ ଅଟଳ ବିରୋଧୀ

72

କନକ ବ୍ୟୁରୋ : ସଂସଦ ଭବନ ବାହାରେ କଂଗ୍ରେସର ପ୍ରତିବାଦ । ଆଦାନୀ ମାମଲାରେ ଜେପିସି ଗଠନ କରିବା ପାଇଁ ଦାବି କରିଛନ୍ତି କଂଗ୍ରେସ ସାଂସଦ । ସାଂସଦମାନେ ପ୍ଲାକାଡ ଧରି ଜେପିସି ଗଠନ ପାଇଁ ଦାବି କରିଛନ୍ତି । ସଂସଦ ଭବନ ପରିସରରେ ଧାରଣା ଦେଇଛନ୍ତି ବିରୋଧୀ । କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ପ୍ଲାକାର୍ଡ ବିଜେପି ବିରୋଧରେ ପ୍ରତିବାଦ କରିଛନ୍ତି । ଆଦାନି ମାମଲାରେ ବିରୋଧୀ ଏକାଠି ହୋଇ ବିଜେପି ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ।

ଗୋଟେପଟେ ସଂସଦର ଉଭୟ ଗୃହରେ ବିରୋଧୀ ଆଦାନୀ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିବାବେଳେ ଅନ୍ୟପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କ୍ଷମା ଦାବି କରିଛି ବିଜେପି । କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ବିଦେଶରେ ରାହୁଲ ଦେଶବିରୋଧୀ ବୟାନ ଦେଇ ନାହାଁନ୍ତି ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି । ସେପଟେ ବିଜେପି ସାଂସଦମାନେ ମଧ୍ୟ ସଂସଦ ଭବନ ବାହାରେ ପ୍ରତିବାଦ କରିଛନ୍ତି । କେମ୍ରିଜ ବିଶ୍ୱବିଦ୍ୟାଳୟ ଭାରତ, ଭାରତ ସରକାର ଓ ସେନା ସମ୍ବନ୍ଧରେ ଯେଉଁ ଆପତିଜନକ ବୟାନ ଦେଇଛନ୍ତି ସେନେଇ କ୍ଷମା ଦାବି କରି ପ୍ରତିବାଦ କରିଛନ୍ତି ବିଜେପି ସାଂସଦ ।