କନକ ବ୍ୟୁରୋ: ଗୌତମ ଅଦାନୀଙ୍କ ବିଜନେସ୍ ଗ୍ରୁପ୍ (APSEZ )ର ଆଉ ଏକ ପଦକ୍ଷେପ । ପୋର୍ଟ , ଏୟାରପୋର୍ଟ ପରେ ଏବେ ଜାହାଜ ଚଳାଇବେ ଆଦାନୀ । ଏଥିପାଇଁ ତାଙ୍କ କମ୍ପାନୀ Ocean Sparkle ର ୧୦୦ ପ୍ରତିଶତ ସୋୟାର ଅଧିଗ୍ରହଣ କରିବାକୁ ଘୋଷଣା କରିଛି ।

Advertisment

ଆଦାନୀ ପୋର୍ଟସ୍ ଆଣ୍ଡ୍ ସ୍ପେଶାଲ ଇକୋନୋମିକ୍ ଜୋନ୍ (APSEZ )ଥାର୍ଡ ପାର୍ଟି ମେରାଇନ୍ ସିର୍ଭିସ୍ ଉପଲବ୍ଧ କରାଉଥିବା ଭାରତର ସବୁଠୁ ବଡ କମ୍ପାନୀ ଓସନ୍ ସ୍ପାର୍କଲର ୧୦୦ ପ୍ରତିଶତ ଷ୍ଟକ୍ ଅଧିଗ୍ରହଣ କରିବାକୁ ଯାଉଛି । ଏହି ମେରାଇନ୍ କମ୍ପାନୀକୁ ୧୫ଶହ ୩୦ କୋଟି ଟଙ୍କାରେ କିଣିଛନ୍ତି ଆଦାନୀ । ମାସ ମଧ୍ୟରେ ଏହି ଦେଶନେଣ ପୁରା ହେବା ପରେ Ocean Sparkle , APSEZ ସହ ମିଶିଯିବ ଏବଂ ଏହାର ମାଲିକ ହୋଇଯିବେ ଗୌତମ ଆଦାନୀ ।
ସୂଚନା ମୁତାବକ, Ocean Sparkle ୧୯୯୫ ଜୁଲାଇ ୨୬ ତାରିଖରେ ଆରମ୍ଭ ହୋଇଥିଲା । ଏହି କମ୍ପାନୀ କୋର୍ଟ ଅପରେସନ୍ ଓ ମ୍ୟାନେଜମେଣ୍ଟ ସର୍ଭିସ୍ ଦେଇଆସୁଛି । ଏଥିରେ ମେରାଇନ୍ କ୍ରାଫ୍ଟର ସମସ୍ତ ଜ୍ଞାନକୌଶଳ ସଂଲଗ୍ନ ଅଛି । ଭାରତ ବ୍ୟତୀତ ଶ୍ରୀଲଙ୍କା, ସାଉଦୀ ଆରବ, ୟେମେନ, କତାର ଓ ଆଫ୍ରିକାରେ ମଧ୍ୟ ଏହି କମ୍ପାନୀ କାର୍ଯ୍ୟକ୍ଷମ ରହିଛି ।