ହିଣ୍ଡେନବର୍ଗ ଓ ଆଦାନୀ ମାମଲାର ଶୁଣାଣି କଲେ ସୁପ୍ରିମକୋର୍ଟ, ଅଗଷ୍ଟ ୨୪ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସେବିକୁ ନିର୍ଦ୍ଦେଶ

158

କନକ ବ୍ୟୁରୋ : ବୁଧବାର ଆଦାନୀ ଓ ହିଣ୍ଡେନବର୍ଗ ମାମଲାରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ମାମଲା ସମ୍ବନ୍ଧିତ ସମସ୍ତ ତଦନ୍ତ ଅଗଷ୍ଟ ୧୪ ସୁଦ୍ଧା ସାରିବାକୁ ସେବିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବ ଶୁଣାଣୀରେ ସେବି କୋର୍ଟଙ୍କଠୁ ୬ମାସର ସମୟ ମାଗିଥିଲେ । ଆଜିର ଶୁଣାଣୀ ସମୟରେ ସେବି କୋର୍ଟଙ୍କ ସମ୍ମୁଖରେ ନିଜର ପକ୍ଷ ରଖିଛି । ସେବି କହିଛି ଯେଉଁ ୧୨ଟି ଡିଲ ଉପରେ ତଦନ୍ତ ଚାଲିଛି ତା ବେଶ ଗମ୍ଭୀର ଅଟେ । ମାମଲା ସହ ଜଡିତ ପ୍ରତ୍ୟେକ ବିନ୍ଦୁକୁ ତନ୍ନ ତନ୍ନ କରି ଯାଂଚର ଆବଶ୍ୟକ ରହିଛି ଓ ଏହା ସମୟସାପେକ୍ଷ । ତଦନ୍ତର ରିପୋର୍ଟ କେବଳ ଆଦାନୀ ଓ ହିଣ୍ଡେନବର୍ଗ ଉପରେ ପ୍ରଭାବ ପକାଇବ ନାହିଁ ବଂର ନିବେଶକ, ବଜାର ଉପରେ ପଡିବା ଆଶଙ୍କା ରହିଛି । ତେଣୁ ଆମୁଳଚୂଳ ତଦନ୍ତବିନା କୌଣସି ନିଷ୍କର୍ସରେ ପହଁଚିବା ଉଚିତ ମନେ ହେଉନି । ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗ ଭାରତର ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନୀଙ୍କ ଉପରେ ସଂଗୀନ ଅଭିଯୋଗ ଆଣି ଏକ ରିପୋର୍ଟ ପ୍ରକାଶ କରିଥିଲା । ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରିଥିଲା ସେବି । ଏହାକୁ ଖଣ୍ଡନ କରି ଆଦାନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ମାମଲାର ଆଗାମୀ ଶୁଣାଣୀ ଜୁଲାଇ ୧୧ରେ କରିବେ କୋର୍ଟ ।