କନକ ବ୍ୟୁରୋ : ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଶୁକ୍ରବାର ନିବେଶକଙ୍କ କ୍ଷତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ ସର୍ବୋଚ୍ଚ କୋର୍ଟ । ତେବେ ଆଜି ସୋମବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଣି କରୁଛନ୍ତି । ହିଣ୍ଡେନବର୍ଗ କମ୍ପାନୀର ରିପୋର୍ଟ ଯୋଗୁ ସ୍ୱଳ୍ପ ସମୟ ମଧ୍ୟରେ ବଜାରରେ ଖରାପ ପ୍ରଭାବ ପଡିଛି ।

Advertisment

ଏନେଇ ନିବେଶକଙ୍କ ବହୁ ଅର୍ଥ ବୁଡି ଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଧୀନକ ଶ୍ରେଣୀ ସହ ମଧ୍ୟବିତ ପରିବାର ମଧ୍ୟ ସେୟାର ବଜାରରେ ନିବେଶ କରିଛନ୍ତି । ତେବେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଆସିବାପରେ ସେୟାର ବଜାରରେ ହ୍ରାସର କାରଣ ଓ ସ୍ଥିତିରେ ସୁଧାର ଆଣିବା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ତାହା କୋର୍ଟ ଜାଣିବାକୁ ଚାହିଁଛନ୍ତି ।