ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ସାମିଲ ହେଲା ଦୃଷ୍ଟି-୧୦ ଷ୍ଟାରଲାଇନର

184

କନକ ବ୍ୟୁରୋ : ଭାରତୀୟ ନୌସେନାର ହେଲା ଶକ୍ତି ବୃଦ୍ଧି । ଶତ୍ରୁରାଷ୍ଟ ପାକିସ୍ଥାନ ଓ ଚୀନର ବଢିଲା ଭୟ । ଆଦାନି ଡିଫେନ୍ସ ଓ ଏରୋସ୍ପେଶ ଦ୍ୱାରା ବିକଶିତ କରାଯାଇଥିବା ଦୃଷ୍ଟି ୧୦ଷ୍ଟାର ଲାଇନର ଡ୍ରୋନକୁ ନୌସେନାରେ ସାମିଲ କରାଯାଇଛି । ମାନବ ରହିତ ଏହି ସ୍ୱଦେଶୀ ଡ୍ରୋନକୁ ହାଇଦ୍ରାବାଦରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୌସେନାରେ ସାମିଲ କରାଯାଇଛି । ଆରବ ସାଗରରେ ପଣ୍ୟବାହୀ ଜାହାଜ ଗୁଡିକ ଉପରେ ଆକ୍ରମଣ କରାଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଭାରତୀୟ ନୌସେନା । ଏହାରି ମଧ୍ୟରେ ‘ଦୃଷ୍ଟି ୧୦ଷ୍ଟାର ଲାଇନର’ ଡ୍ରୋନକୁ ନୌସେନାରେ ସାମିଲ ଶତ୍ରୁ ରାଷ୍ଟ୍ରଙ୍କୁ ଚେତବାନୀ ସଦୃଶ ହୋଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଡ୍ରୋନ ‘ଦୃଷ୍ଟି ୧୦ଷ୍ଟାର ଲାଇନର’ର ପେଲୋଡ କ୍ଷମତା ୪୫୦ କେଜି ରହିଥିବା ବେଳେ ଏହା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଲକ୍ଷ୍ୟକୁ ଭେଦ କରିବାକୁ ସକ୍ଷମ । ଏହାଦ୍ୱାର ସମୁଦ୍ର ମଧ୍ୟରେ ଶତ୍ରୁ ରାଷ୍ଟ୍ରଙ୍କୁ ଜବାବ ଦେବା ଆହୁରି ସହଜ ହେବ ବୋଲି କହିଛନ୍ତି ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର ।