କନକ ବ୍ୟୁରୋ : ଖୁବଶୀଘ୍ର ଆପଣମାନେ ଆଦାନୀ ଗ୍ରୁପର କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବେ । ବିଶ୍ୱର ଦ୍ୱିତୀୟ ବୃହତ କାର୍ଡ ପେମେଣ୍ଟ ଅର୍ଗାନାଇଜେସନ ସେନ ଫ୍ରାନସିକୋର କମ୍ପାନୀ ଭିସା ତରଫରୁ ନୂଆ କୋ-ବ୍ରେଣ୍ଡ କ୍ରେଡିଟ୍ କାର୍ଡ ପାଇଁ ଆଦାନୀ ଗ୍ରୁପ ସହ ଚୁକ୍ତି କରିଛି ।

ବିଶେଷଜ୍ଞଙ୍କ ସହ ଆଲୋଚନା କରି ଭିସା ସିଇଓ ରିଆନ ମ୍ୟାକଇନର୍ନି କହିଛନ୍ତି ଯେ, କମ୍ପାନୀ କୋ-ବ୍ରାଣ୍ଡ କ୍ରେଡିଟ୍ କାର୍ଡ ପାଇଁ ଆଦାନୀ ଗ୍ରୁପ ସହ ଚୁକ୍ତି ସ୍ୱାକ୍ଷାର କରିଛି । ଆଦାନୀ ଗ୍ରୁପ ସହ ଏହି ଭାଗିଦାରୀ ଭି୫ସାକୁ ଆଦାନୀ ଗ୍ରୁପର ବିମାନବନ୍ଦର ଏବଂ ଅନଲାଇନ୍ ସେବାରେ ୪୦୦ ନିୟୁତ ଉଭଭୋକ୍ତାଙ୍କ ପାଖରେ ପହଂଚାଇବାରେ ସାହାଯ୍ୟ କରିବ ବୋଲି ରିୟାନ କହିଛନ୍ତି ।

ଭିସାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିୟାନ କହିଛନ୍ତି କି, ଆଦାନୀ ଗ୍ରୁପ ବ୍ୟତୀତ ବ୍ରିଜ ଏଭିଏସନ ଗ୍ରୁପ ଏବଂ ଏଲିଗେଣ୍ଟ ଟ୍ରାଭେଲ ମଧ୍ୟ କୋ-ବ୍ରାଣ୍ଡ କ୍ରେଡିଟ୍ କାର୍ଡ ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଗତ ୩ମାସରେ ଭ୍ରମଣ ଏବଂ ରେଷ୍ଟୁରାଣ୍ଟରେ ଭଲ ଚାହିଦା ଥିବାରୁ ଭିସା କାର୍ଡ ଖର୍ଚ୍ଚ ସଂଖ୍ୟା ବଜାରରେ ଆଶା ତୁଳନାରେ ଭଲ ଦେଇଛି ।

ଗତ କିଛିଦିନ ହେବ ଟ୍ରାଭେଲ ବୁକିଂ କ୍ଷେତ୍ରରେ ଆଦାନୀ ଗ୍ରୁପର ଟ୍ରେଣ୍ଡ ବଢିବାରେ ଲାଗିଛି । ଚଳିତ ବର୍ଷ ପ୍ରାରମ୍ଭରେ ଆଦାନୀ ଗ୍ରୁପର ପ୍ରମୁଖ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡର ଏକ ୟୁନିଟ ଆଦାନୀ ଡିଜିଟାଲ ଲ୍ୟାବ୍ସ ଏହାର ମାଲିକାନା କମ୍ପାନୀ ଷ୍ଟାର୍କ ଏଣ୍ଟର ପ୍ରାଇଜେସ ପ୍ରାଇଭେଟ ଲିମିଟେଡ ସହ ଟ୍ରେନମ୍ୟାନ ଅଧିଗ୍ରହଣ କରିବା ପାଇଁ ଏକ ଅଂଶଧନ କ୍ରୟ ଚୁକ୍ତି କରିଥିଲା । ଯାହା ଅଧିନରେ ଅଦାନୀ ଡିଜିଟାଲ ଟ୍ରେନମ୍ୟାନ ଶତ ପ୍ରତିଶତ ଅଧିଗ୍ରହଣ କରିବ ।