କର୍ମଚାରୀଙ୍କୁ ଟିକା ଦେବା ପାଇଁ ସରକାରଙ୍କୁ ଅନୁରୋଧ କଲା ଆଦାନୀ ଗ୍ରୁପ୍ । ବନ୍ଦର କର୍ମଚାରୀଙ୍କୁ ଟିକାକରଣ କରିବା ପାଇଁ ଲେଖିଥିଲା ଚିଠି ।

113

କନକ ବ୍ୟୁରୋ: କରୋନା ଟିକା ଯୋଗାଇଦେବା ପାଇଁ ଅନୁରୋଧ କଲା ଆଦାନୀ ଗ୍ରୁପ । ପ୍ରଥମ ଥର ପାଇଁ ଏକ ଘରୋଇ ସଂସ୍ଥା ଏହାର କର୍ମଚାରୀଙ୍କୁ କରୋନା ଟିକା ଦେବା ଲାଗି ସରକାର୍ଙ୍କୁ ଅନୁରୋଧ କରିଛି । ଆଦାନୀ ପୋର୍ଟସ ଆଣ୍ଡ ଲଜିଷ୍ଟିକ୍ସ ରାଜ୍ୟରେ ଏହାର ବନ୍ଦର କର୍ମଚାରୀଙ୍କୁ ଟିକାକରଣ କରିବା ପାଇଁ ଚିଠି ଲେଖିଥିଲା । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏହି ଚିଠି ପାଇବା ପରେ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଜଣାଇଛନ୍ତି । ବନ୍ଦରରେ ବିଦେଶରୁ ଜାହାଜ ଲାଗୁଥିବା ବେଳେ ବିଦେଶୀଙ୍କ ସଂଷ୍ପର୍ଶ ରେ ଏଠାକାର କର୍ମଚାରୀ ଆସୁଛନ୍ତି । ଏମାନେ କରୋନା ସଂକ୍ରମିତ ହେବାର ଅଧିକ ସମ୍ଭାବନା ଥିବାରୁ ପ୍ରାଥମିକତା ଭିତ୍ତରେ ସଂସ୍ଥାକୁ ଟିକା ଦେବା ପାଇଁ ଅନୁରୋଧ କରାଯାଇଛି ।