କନକ ବ୍ୟୁରୋ: ଆଦାନୀ ଗ୍ରୁପର ସେୟାର ହ୍ରାସ ମଧ୍ୟରେ ପ୍ରମୋଟରଙ୍କ ବନ୍ଧକ ଥିବା ଅଂଶଧନ ବିରୋଧରେ ନିଆଯାଇଥିବା ୧.୧୧ ବିଲିୟନ ଡଲାରର ଋଣ ପରିଶୋଧ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ସେପ୍ଟେମ୍ବରରେ ଏହାର ସମୟ ସୀମା ଶେଷ ହେଉଥିଲା । ଗ୍ରୁପ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, କିଛି ଋଣ ପ୍ରଦାନ ପାଇଁ ଆଦାନୀ ପୋର୍ଟ, ଏସଇଜେଡ୍, ଆଦାନୀ ଟ୍ରାନସମିଶନ ଏବଂ ଆଦାନୀ ଗ୍ରୀନ ଏନର୍ଜିର ସେୟାରକୁ ବନ୍ଧକ ରଖିଥିଲେ । ଯାହାର ପରିଶୋଧ ସମୟ ପୂର୍ବରୁ କରିଦିଆଯାଇଛି ।
168.27 million shares of Adani Ports & Special Economic Zone Ltd, 27.56 million shares of Adani Green Energy Limited and 11.77 million shares of Adani Transmission Limited to be released in due course: Statement on pledge of shares of Adani Listed Companies pic.twitter.com/pDf8VpuTdS
— ANI (@ANI) February 6, 2023
ଆଦାନୀ ପୋର୍ଟରେ ୧୬୮.୨୭ ମିଲିୟନ ସେୟାର ରହିଛି ଏଥିରେ ପ୍ରମୋଟରଙ୍କ ୧୨ ପ୍ରତିଶତ ଅଂଶଧନ ରହିଛି ଯାହା ପ୍ରଦାନ କରାଯିବ । ଆଦାନୀ ଗ୍ରୀନ ଏନର୍ଜିରେ ୨୭.୫୬ ମିଲିୟନ ସେୟାର ରହିଛି ଏଥିରେ ପ୍ରମୋଟରଙ୍କ ୩ ପ୍ରତିଶତ ଅଂଶଧନ ରହିଛି ଯାହା ପ୍ରଦାନ କରାଯିବ । ଆଦାନୀ ଟ୍ରାନସମିସନରେ ୧୧.୭୭ ମିଲିୟନ ସେୟାର ରହିଛି ଯେଉଁଥିରେ ୧.୪ ପ୍ରତିଶତର ଅଂଶଧନ ପ୍ରଦାନ କରାଯିବ । କମ୍ପାନୀ କହିଛି ଏଥିପାଇଁ ସମୟ ପୂର୍ବକୁ ଋଣକୁ ଏଥିପାଇଁ ପ୍ରଦାନ କରାଗଲା କାରଣ ନିବେଶକଙ୍କ ବିଶ୍ୱାସ ଗ୍ରୁପ ଉପରେ ରହୁ । ବାଲାନ୍ସ ସିଟ୍, ଲୋନ ପେମେଣ୍ଟ କରିବାର କ୍ଷମତାକୁ ମଜବୁତ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/Gautam-Adani-Feb2-660x495-1.jpg)