ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ ଅଦାନି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଲେ ୨୫ କୋଟି ଟଙ୍କା ।

1,972

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ଉଜାଡି ଦେଇଛି ସବୁକିଛି । କିଛି ସମୟ ମଧ୍ୟରେ ଉପକୂଳ ଓଡିଶାର ନକ୍ସା ବଦଳାଇଦେଲା ବାତ୍ୟା । ଏବେ ନା ଅଛି ପାଣି ନା ଖାଦ୍ୟ । ଏପରିକି ଅନ୍ଧାରରେ ରହିଛନ୍ତି ବାତ୍ୟା ପୀଡିତ । ଆଉ ବାତ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ସହାୟତାର ହାତ ବଢାଇଛନ୍ତି ଅଦାନି । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୨୫ କୋଟି ଟଙ୍କା ଦେଇଛନ୍ତି ଅଦାନି ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନିଙ୍କ ପୁଅ କରନ ଅଦାନି ।

ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ସବୁକିଛି ଛାରଖାର କରି ଚାଲିଯିବା ପରେ ଭୁଷୁଡି ପଡିଥିବା ଉପକୂଳ ଓଡିଶାକୁ ପୁଣି ଥରେ ଗଢିତୋଳିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟ ମଧ୍ୟ ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଆଉ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।