କନକ ବ୍ୟୁରୋ : ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡ (ଏଜିଇଏଲ୍) ର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ କମ୍ପାନୀ ଆଦାନୀ ଅକ୍ଷୟ ଶକ୍ତି (ଏ ଆର ଇ ଏମ ଏଚ ଏଲ) ଓଡିଶାରେ ୪୦ ମେଗାୱାଟ ଅପରେଟିଂ ସୌର ପ୍ରକଳ୍ପର ମାଲିକ ଥିବା ଏସପିଭିରେ ୧୦୦ ପ୍ରତିଶତ ଅର୍ଥ ବିନିଯୋଗ କରିବା ନେଇ ଏସେଲ ଗ୍ରୀନ ଏନର୍ଜି ପ୍ରାଇଭେଟ ଲିମିଟେଡ ସହିତ ନିର୍ଦ୍ଧିଷ୍ଟ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏହି ପ୍ରକଳ୍ପରେ ସୋଲାର ଏନର୍ଜି କର୍ପୋରେସନ ଅଫ୍ ଇଣ୍ଡିଆ ସହିତ ୟୁନିଟ୍ ପିଛା ୪.୨୩୫ ଟଙ୍କାରେ ଦୀର୍ଘକାଳୀନ ଶକ୍ତି କ୍ରୟ ଚୁକ୍ତିନାମା ରହିଛି ।
ଏହି ପ୍ରକଳ୍ପ ଅଧିଗ୍ରହଣ ପାଇଁ ଆଦାନୀ ଗ୍ରୁପ ମୋଟ ୨୧୯ କୋଟି ଟଙ୍କା ବିନିଯୋଗ କରିବ । ଅଧିଗ୍ରହଣ ସହିତ ଏଜିଇଏଲ ୧୯.୮ ଗିଗାୱାଟର ମୋଟ ଅକ୍ଷୟ କ୍ଷମତା ହାସଲ କରିବ । ମୋଟ ପୋର୍ଟଫୋଲିଓରେ ୫.୪ ଜିଡବ୍ଲ୍ୟୁ କାର୍ଯ୍ୟକ୍ଷମ ସମ୍ପତ୍ତି, ନିର୍ମାଣଧିନ ୫.୭ ଜିଡବ୍ଲ୍ୟୁ ସମ୍ପତ୍ତି ଏବଂ ନିର୍ମାଣ ସଂମ୍ପତ୍ତି ନିକଟରେ ୮.୭ ଗିଗିୱାଟ୍ ଅନ୍ତର୍ଭୁକ୍ତ ।
ଅନ୍ୟପଟେ ଏନେଇ ଆଦାନୀ ଗ୍ରୀନ ଏନର୍ଜିର ପରିଚାଳନା ନିର୍ଦ୍ଦେଶକ ଭିନିତ ଜେନ କହିଛନ୍ତି କି “ଆମେ ସେହି ସୁଯୋଗ ଉପରେ ଧ୍ୟାନ ଦେଉଛୁ, ଯାହା ଆମ ଅଂଶିଦାରମାନଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବା ସହ ଭାରତରେ ପରିବେଶ ଅନୁକୂଳ ସବୁଜ ଶକ୍ତିର ଅଭିବୃଦ୍ଧିକୁ ସୁଗମ କରିବ” । ଓଡିଶାରେ ଏହି ପ୍ରକଳ୍ପ ଅଧିଗ୍ରହଣ ସହ ଏଜିଇଏଲ ବର୍ତ୍ତମାନ ଭାରତର ୧୨ ଟି ରାଜ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଯାଉଛି । ଅନ୍ୟପଟେ ୨୦୩୦ ସୁଦ୍ଧା ବିଶ୍ୱରେ ସର୍ବ ବୃହତ ଗ୍ରୀନ ଏନର୍ଜି ପ୍ରସ୍ତୁତ କରିବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଜେନ୍ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/Adani-Green-Energy-Limited-1.jpg)