କନକ ବ୍ୟୁରୋ: ଆଦାନୀ-ହିଣ୍ଡନବର୍ଗ ମାମଲାରେ ଦାଏର ହୋଇଥିବା ଯାଞ୍ଚ ପିଟିସନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏହି ଶୁଣାଣିରେ ବଜାୟର ନିୟାମକ ସେବି ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ସେ ବନ୍ଦ ଲଫାପାରେ ନିଜର ରିପୋର୍ଟ ପ୍ରଦାନ କରିବେ । ସେହିଭଳି କେନ୍ଦ୍ର ସରକାର ଆଦାନୀ-ହିଣ୍ଡନବର୍ଗ ମାମଲାରେ କମିଟି ପ୍ରସ୍ତୁତ କରିବା ପାଇଁ ତୟାର ରହିଛନ୍ତି । ସୁପ୍ରିମକୋର୍ଟ ନିବେଶକଙ୍କ ହିତକୁ ସୁରକ୍ଷିତ ରଖିବା ପାଇଁ ହେଉଥିବା ଏହି କମିଟିରେ କେଉଁ କେଉଁ ମାନେ ସାମିଲ ହେବେ ସେନେଇ କେନ୍ଦ୍ର ସରକାର ଗୁରୁବାର ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ ।

Advertisment

ସଲିସିଟର ଜେନେରାଲ ଶୁକ୍ରବାର ମଧ୍ୟରେ କୋର୍ଟରେ ଜଣାଇବେ ଯେ କମିଟିରେ କେଉଁ କେଉଁମାନେ ରହିବେ । ଏହା ସହ ସୁପ୍ରିମକୋର୍ଟରେ ଆଦାନୀ-ହିଣ୍ଡନବର୍ଗ ମାମଲାରେ ଶୁଣାଣିକୁ ଶୁକ୍ରବାର ଯାଏ ଘୁଞ୍ଚାଇ ଦିଆଯାଇଛି । ଗତ ୧୦ ତାରିଖରେ ସଲିସିଟର ଜେନେରାଲ ଅଦାଲତଙ୍କୁ ଭରସା ଦେଇଥିଲେ ଯେ ଭାରତୀୟ ନିବେଶକଙ୍କ ହିତର ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହା ଉପରେ ଜବାବ ରଖିବା ସହ ଯାହା ଆବଶ୍ୟକ ରହିଛି ସେନେଇ ପଦକ୍ଷେପ ଗ୍ରହଣ କରିବୋ