କନକ ବ୍ୟୁରୋ: ତ୍ରିପୁରା ହିଂସାକୁ ବିରୋଧ କରି ମହାରାଷ୍ଟ୍ରରେ ଉଗ୍ର ରୂପ ନେଇଛି ହିଂସା । ଏହି ଘଟଣାରେ କିଛି ବିଜେପି କର୍ମୀଙ୍କ ସମେତ ୫୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ଗିରଫ କରି ହେପାଜତକୁ ନେଇଛି ପୋଲିସ୍ । ଫଳରେ ତ୍ରିପୁରାରେ କର୍ଫ୍ୟୁ ଜାରି କରାଯାଇଛି । ଏହି ହିଂସା ଆଖପାଖ ଇଲାକାକୁ ବ୍ୟାପୀବାରୁ ତ୍ରିପୁରା ସମେତ ମୋର୍ସି , ବରୁଦ, ଅଚଲପୁର ଓ ଅଞ୍ଜନଗାଁଓରେ ମଧ୍ୟ କର୍ଫ୍ୟୁ ଜାରି ହୋଇଛି । ଏହି କର୍ଫ୍ୟୁ ୪ ଦିନ ପାଇଁ ବଳବତ୍ତର ରହିବ ।

Advertisment

ସୂଚନା ଅନୁଯାୟୀ, ତ୍ରିପୁରାରେ ହୋଇଥିବା ହିଂସାକୁ ନିନ୍ଦା କରି ମୁସଲିମ ସଂଗଠନଗୁଡ଼ିକ ଦିନକ ପୂର୍ବରୁ ଏକ ରାଲି କରିଥିଲେ। ତେବେ ଏହି ରାଲିକୁ ବିରୋଧ କରି ବିଜେପି କର୍ମୀମାନେ ବନ୍ଦ ଡାକରା ଦେଇଥିଲେ। ଏହି ସମୟରେ ଆନ୍ଦୋଳନକାରୀମାନେ ଦୋକାନ ଉପରକୁ ଟେକାପଥର ମାଡ଼ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠିମାଡ଼ କରିଥିଲା। ତେବେ ହିଂସାକୁ ରୋକିବା ଲାଗି ପ୍ରଶାସନ ସହରରେ ଶନିବାରଠାରୁ ୪ ଦିନ ପାଇଁ କର୍ଫ୍ୟୁ ଜାରି କରିଛି। ଏଥିସହିତ ୩ ଦିନ ପାଇଁ ଇଣ୍ଟର‌ନେଟ୍ ସେବାକୁ ବନ୍ଦ ରଖିଛି। ଚିକିତ୍ସା ସଂପର୍କିତ ଜରୁରୀ କାମ ବ୍ୟକ୍ତି ଲୋକମାନେ ଘରୁ ନବାହାରିବା ପାଇଁ କୁହାଯାଇଛି। ୫ ଜଣରୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ହେବାକୁ ମନା କରାଯାଇଛି। ପୁଲିସ ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରିଛି, ୪ ଜଣଙ୍କୁ ଅଟକ ରଖିଛି।

ହେଲେ ତ୍ରିପୁରାରେ ଏପରି କ’ର ହେଲା ଯାହାର ନିଆଁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବ୍ୟାପୀଗଲା ।ପ୍ରକୃତରେ ଏହାର ମୂଳଦୁଆ ପଡିଥିଲା ବାଙ୍ଗଲାଦେଶରୁ । ରିପୋର୍ଟ ମୁତାବକ, ଅକ୍ଟୋବର ୧୫ ତାରିଖରେ ବାଙ୍ଗଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋନ୍ଦେୁର୍ଗା ପୂଜା ଚାଲିଥିବାବେଳେ ମା’ ଦୁର୍ଗାଙ୍କ ପୂଜା ପେଣ୍ଡାଲରେ ଭଙ୍ଗାରୁଜା କରିଥିଲେ । ଏହାପରେ ବାଙ୍ଗଲାଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣର ଖବର ଆସିଲା । ଏହାକୁ ବିରୋଧ କରି ପ୍ରଥମେ ତ୍ରିପୁରାରେ ହିନ୍ଦୁ ରାଇଟ୍ ୱିଙ୍ଗ ଗ୍ରୁପ ପକ୍ଷରୁ ବିଭିନ୍ନ ସ୍ଥାନରେ ର୍ୟାଲି ବାହାରିଥିଲା ।ର୍ୟାଲି ସମୟରେ କିଛି ସ୍ଥାନରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅକ୍ଟୋବର ୨୧ ତାରିଖରେ ମଧ୍ୟ ଗୋମତି ଜିଲ୍ଲାରେ ର୍ୟାଲି ବାହାରିଲା ଯେଉଁଥିରେ ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଅନେକ ପ୍ରଦର୍ଶନକାରୀ ଆହତ ହୋଇଥିବାବେଳେ ବିଭିନ୍ନ ବ୍ୟବସାୟ ସ୍ଥଳରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ହିନ୍ଦୁଙ୍କ ଏହି ର୍ୟାଲିକୁ ବିରୋଧ କରି ସୋସିଆଲ ମିଡିଆରେ ସଦଭାବନାକୁ ନଷ୍ଟ କରିବା ଭଳି ହିଂସ୍ରକ ମେସେଜ୍ ଭାଇରାଲ ହେବାକୁ ଲାଗିଲା । ଯାହାକୁ ନେଇ ମସଲିମ୍ ସଙ୍ଗଠନ ମଧ୍ୟ ର୍ୟାଲି କଲେ । ଏହାର ପ୍ରଭାବ ମହାରାଷ୍ଟ୍ରକୁ ବ୍ୟାପୀଯାଇ ଏଠାରେ ମଧ୍ୟ ବ୍ୟାପକ ହିଂସା ହୋଇଛି ।