ୟେମେନରେ କ୍ଷୁଧାର ହାହାକାର । ମୃତ୍ୟୁ ଦ୍ୱାର ଦେଶରେ ୧.୬କୋଟି ଲୋକ ।

175

କନକ ବ୍ୟୁରୋ: ମଧ୍ୟ ପୂର୍ବ ରାଷ୍ଟ୍ର ୟେମେନରେ ଏବେ କ୍ଷୁଧାର ହାହାକାର ଦେଖିବାକୁ ମିଳିଛି । ପୁଷ୍ଟିକର ଖାଦ୍ୟ ତ ଦୂରର କଥା ଦିଓଳି ପେଟପୁରା ଖାଦ୍ୟ ମଧ୍ୟ ଏଠିକାର ଅଧିକାଂଶଙ୍କ ଭାଗ୍ୟରେ ଜୁଟୁନି । ଶିଶୁଙ୍କ ଠାରୁ ବୟସ୍କ ସମସ୍ତେ ଖାଦ୍ୟପାଇଁ ତରସୁଛନ୍ତି । କହିବାକୁ ଗଲେ ଯୁଦ୍ଧ କ୍ଷତିଗ୍ରସ୍ତ ୟେମେନର ୧.୬କୋଟି ଲୋକ ଏବେ ମୃତ୍ୟୁର ଦ୍ୱାର ଦେଶରେ ବୋଲି ସତର୍କ ସୂଚନା ଦେଇଛନ୍ତି ଜାତିସଂଘର ଫୁଡ୍ ପ୍ରୋଗ୍ରାମର ମୁଖ୍ୟ ଡେଭିଡ୍ ବିସଲେ ।

 

ୟେମେନରେ ସୃଷ୍ଟି ହୋଇଥିବା ସଙ୍କଟ ପ୍ରସଙ୍ଗରେ ଆୟୋଜିତ ଏକ ବୈଠକରେ ବିସଲେ କହିଛନ୍ତି ଯେ, ଏଠାରେ ଚଳିତ ବର୍ଷ ଆରମ୍ଭରେ ବିତ୍ତୀୟ ପୋଷଣ ସମସ୍ୟା ଦେଖାଯାଇଥିଲା । ଏପରି ସମୟରେ ଆମେରିକା, ଜର୍ମାନୀ, ୟୁଏଇ, ଆରବ ପରି ରାଷ୍ଟ୍ରମାନେ ସହାୟତାର ହାତ ବଢାଇଥିଲେ । ଫଳରେ ଖାଦ୍ୟ ସଙ୍କଟ ଯୋଗୁଁ ୨୦୨୧ ଅକ୍ଟୋବରରେ ୩୨ ଲକ୍ଷ ଓ ଡିସେମ୍ବରରେ ୫୦ ଲକ୍ଷ ଲୋକଭଙ୍କ ରାସନ୍ କାର୍ଡ କାଟ୍ କରାଯିବ । ଅନ୍ୟପଟେ ୟୁରୋପୀୟ ୟୁନିଅନର କହିବା କଥା ଜାତିସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାଖାପାଖି ୬୦ କୋଟି ଡଲାର ସଂଗ୍ରହ କରାଯାଇଛି । ୟେମେନର ସଙ୍କଟକୁ ପ୍ରତିହତ କରିବା ତଥା ବିକାଶ ପାଇଁ ପାଖାପାଖି ୧୩ କୋଟି ୯୦ ଲକ୍ଷ ଡଲାର ସହାୟତା ରାଶି ଆବଣ୍ଟନ କରାଯିବ । ସେହିପରି ଅଧିକ ୨୯ କୋଟି ଡଲାର ଯୋଗାଇବାକୁ ଘୋଷଣା କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ୍ ।