କାଲିଫର୍ଣ୍ଣିଆ ଜଙ୍ଗଲରେ ନିଆଁ: ୭ହଜାର ଘର ପୋଡି ପାଉଁଶ, ୨୫ ହଜାର ଲୋକେ ସ୍ଥାନାନ୍ତର

138

କନକ ବ୍ୟୁରୋ: କାଲିଫର୍ଣ୍ଣିଆରେ ନିଆଁର କରାଳ ରୂପ । ୪୮ ଘଣ୍ଟା ଭିତରେ ନିଆଁର ପ୍ରକୋପ ୧୦ ଗୁଣା ବଢି ସହର ମୁହାଁ ହୋଇଛି । ଫଳରେ ୬୫,୪୭୪ଏକର ପରିମିତ ଜଙ୍ଗଲ ପୋଡି ପାଉଁଶ ହୋଇଛି । ଗତ ୧୪ ତାରିଖରୁ ଏହି ନିଆଁ ଲାଗିଥିଲେ ବି ଏହାକୁ ଆୟତ୍ତ କରିବା ସମ୍ଭବ ହୋଇନାହିଁ । ଜଙ୍ଗଲ ନିକଟରେ ଥିବା ଏଲ-ଡରୋଡୋ-କାଉଂଟି ସହରର ୨୫ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ନିଆଁ ଲାଭିଶିବାକୁ ୬ଶହରୁ ଅଧିକ ଅଗ୍ନିଶମ କର୍ମଚାରୀ ଲାଗିଥିଲେ ବି ଏଯାଏଁ ନିଆଁକୁ ନିୟନ୍ତ୍ରଣ କରାଯାଇପାରୁନଥିବା କାଲିଫର୍ଣ୍ଣିଆର ଗଭର୍ଣ୍ଣର ଅଫିସ୍ ଅଫ୍ ଇମରଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ନିଆଁରେ ୭ହଜାରରୁ ଉଦ୍ଧ୍ୱର୍ ଘର ପୋଡି ନଷ୍ଟ ହୋଇଥିବାବେଳେ ଏହା କାଲିଫର୍ଣ୍ଣିଆ ଇତିହାସରେ ଦ୍ୱିତୀୟ ବଡ ଅଗ୍ନିକାଣ୍ଡ ବୋଲି କୁହାଯାଉଛି ।