କୁରୁକ୍ଷେତ୍ରରେ କଳାକାରଙ୍କ କମାଲ । ଜନାଦେଶ ୨୦୧୯, ଏହି ସବୁ ସେଲିବ୍ରିଟି ରହିଛନ୍ତି ଆଗରେ

ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ କେତେକ ବଲିଉଡ୍‌, ଓଲିଉଡ୍‌, ଭୋଜପୁରୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ କଳାକାରମାନେ ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିଲେ ।

324

କନକ ବ୍ୟୁରୋ: ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ କେତେକ ବଲିଉଡ୍‌, ଓଲିଉଡ୍‌, ଭୋଜପୁରୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ କଳାକାରମାନେ ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିଲେ । ଆସନ୍ତୁ ଜାଣିବା ପ୍ରଥମେ ସେମାନଙ୍କ ମଧ୍ୟରୁ କେଉଁମାନେ ଭୋଟ ଗଣତି ଟ୍ରେଣ୍ଡରେ ଆଗରେ ଅଛନ୍ତି ।

କେନ୍ଦ୍ରମନ୍ତ୍ରୀ ତଥା ବଲିଉଡର ଲୋକପ୍ରିୟ ଗାୟକ ତଥା ପଶ୍ଚିମବଙ୍ଗ ଆସନର ବିଜେପି ଲୋକସଭା ପ୍ରାର୍ଥୀ ବାବୁଲ ସୁପ୍ରିଓ ଭୋଟ ଗଣତିରେ ଢ଼େର ଆଗରେ ରହିଛନ୍ତି । ବଲିଉଡର ଲୋକପ୍ରିୟ ଅଭିନେତା ତଥା ବିଜେପି ଲୋକସଭା ପ୍ରାର୍ଥୀ ସନ୍ନି ଦେଓଲ ପଞ୍ଜାବର ଗୁରୁଦାସପୁର ଆସନରୁ ଆଗରେ ଅଛନ୍ତି । ଠିକ୍‌ ସେହି ପରି ବଲିଉଡର ଡ୍ରିମ୍‌ ଗର୍ଲ ହେମା ମାଳିନୀ ଉତ୍ତରପ୍ରଦେଶର ମଥୁରା ଆସନରେ ବିଜେପି ଲୋକସଭା ପ୍ରାର୍ଥୀ ଭାବେ ଆଗରେ ଅଛନ୍ତି । ଲୋକପ୍ରିୟ ଚରିତ୍ର ଅଭିନେତ୍ରୀ ତଥା ବିଜେପି ପ୍ରାର୍ଥୀ କିରଣ ଖେର୍‌ ପଞ୍ଜାବର ଚଣ୍ଡିଗଡ଼ ଆସନରୁ ମଧ୍ୟ ଆଗରେ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଆମେଥି ଲୋକସଭା ପ୍ରାର୍ଥୀ ସ୍ମୃତି ଇରାନୀ ଆଗୁଆ ଅଛନ୍ତି । ଭୋଜପୁରୀ ସୁପରଷ୍ଟାର ତଥା ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ଵାରୀ ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ଆଗରେ ରହିଛନ୍ତି । ଠିକ ସେହିପରି ଭୋଜପୁରୀ ସୁପରଷ୍ଟାର ରବି କିସନ ମଧ୍ୟ ବିଜେପି ପ୍ରାର୍ଥୀଭାବେ ଉତ୍ତରପ୍ରଦେଶର ଗୋରଖପୁରରୁ ଯଥେଷ୍ଟ ଭୋଟ ବ୍ୟବଧାନରେ ଆଗରେ ରହିଛନ୍ତି । କେନ୍ଦ୍ରାପଡ଼ାର ବିଜେଡ଼ି ଲୋକସଭା ପ୍ରାର୍ଥୀ ତଥା ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି ମଧ୍ୟ ଆଗୁଆ ରହିଛନ୍ତି ।