ଅଭିନେତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ । ଜନ୍ମିଦନ ରାତିରେ ହିଁ ଚାଲିଗଲା ଜୀବନ

4,953

କନକ ବ୍ୟୁରୋ: କେରଳ ମଡେଲ ତଥା ଅଭିନେତ୍ରୀ ଶାହାନାଙ୍କର ମୃତଦେହ ତାଙ୍କ କୋଝିକୋଡ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଛି । ଗୁରୁବାର ରାତିରେ ଝରକା ରେଲିଙ୍ଗରୁ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ପୋଲିସ ତାଙ୍କ ସ୍ୱାମୀ ସାଜଦଙ୍କୁ ପଚରାଉଚୁରା ଚଳାଇଛି ।

ସୂଚନା ମୁତାବକ, ଶାହାନା ଗୁରୁବାର ରାତିରେ ତାଙ୍କ ୨୨ ତମ ଜନ୍ମଦିନ କୋଝିକୋଡ ସ୍ଥିତ ବାସଭବନରେ ପାଳିଥିଲେ । ମା’ଙ୍କ ପାଖକୁ ଯିବେ ବୋଲି ମଧ୍ୟ କହିଥିଲେ । ହେଲେ ସେହିଦିନ ରାତିରେ ହିଁ ସେହି ଘରେ ରହସ୍ୟମୟ ଭାବେ ତାଙ୍କ ମୃତ୍ୟୁ ହୋଇଛି । ଶାହାନାଙ୍କ ପରିବାର ଲୋକେ ତାଙ୍କ ସ୍ୱାମୀଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି । ମାତ୍ର ଦେଢ ବର୍ଷ ପୂର୍ବରୁ ସାଜଦଙ୍କୁ ବିବାହ କରିଥିଲେ ଶାହାନା ।

ଶାହାନାଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କ ମା’ । ଶାହାନା ଅଧିକାଂଶ ସମୟରେ ତାଙ୍କ ମା’ଙ୍କୁ ଫୋନ୍ କରି ସଜାଦ ତାଙ୍କୁ ମାରପିଟ କରୁଥିବା କୁହନ୍ତି । ତେଣୁ ଏନେଇ ପୋଲିସ ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦେବାକୁ ଶାହାନାଙ୍କୁ ମା’ ଅପିଲ କରିଛନ୍ତି । ସୂଚନା ମୁତାବକ, ଶାହାନା ଅନେକ ଜୁଏଲାରୀ ବିଜ୍ଞାପନ କରିବା ସହ କିଛି ଫିଲ୍ମ ମଧ୍ୟ କରିଛନ୍ତି । ଫିଲ୍ମରେ ମିଳିଥିବା ଅର୍ଥକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ ପାଟିତୁଣ୍ଡ ହେଉଥିବା ତାଙ୍କ ମା’ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ଏ ସମସ୍ତ ଅଭିଯୋଗକୁ ଶାହାନାଙ୍କ ସ୍ୱାମୀ ସଜାଦ ଖଣ୍ଡନ କରିଛନ୍ତି । ଝରକା ରେଲିଙ୍ଗରୁ ନୁହେଁ ବରଂ ବାଥରୁମରେ ଶାହାନାଙ୍କ ମୃତଦେହ ପଡିଥିବା କହିଛନ୍ତି ।