କନକ ବ୍ୟୁରୋ : ହିନ୍ଦୀ ସିରିଏଲରେ ଓଡ଼ିଆ ଅଭିନେତ୍ରୀଙ୍କ ଜଲୱା । ଷ୍ଟାରପ୍ଲସରେ ପ୍ରସାରିତ ହେବାକୁ ଥିବା ହିନ୍ଦୀ ସିରିଏଲ ‘ବିଦ୍ରୋହୀ’ରେ ପ୍ରମୁଖ ଭୂମିକାରେ ନଜର ଆସିବେ ଓଡ଼ିଆ ଝିଅ ସୁଲଗ୍ନା ପାଣିଗ୍ରାହୀ । ଦେଶର ପ୍ରଥମ ସ୍ୱାଧାନତା ସଂଗ୍ରାମୀ ଓଡ଼ିଆ ପୁଅ ବକ୍ସି ଜଗବନ୍ଧୁଙ୍କୁ ନେଇ ଆସୁଛି ଏହି ଧାରାବାହିକ ‘ବିଦ୍ରୋହୀ’ ।

Advertisment

publive-image

ଏହି ସିରିଏଲରେ ବକ୍ସି ଜଗବନ୍ଧୁଙ୍କ ସ୍ତ୍ରୀ ଚରିତ୍ରରେ ନଜର ଆସିବେ ସୁଲଗ୍ନା ପାଣିଗ୍ରାହୀ । ଏହା ପୂର୍ବରୁ ସେ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେହିପରି ଆଉ ଏକ ଖୁସିଖବର ହେଲା ଏହି ସିରିଏଲରେ ଆସିଷ୍ଟାଂଟ ଡ଼ାଇରେକ୍ଟର ଭାବେ ମଧ୍ୟ କାମ କରୁଛନ୍ତି ଓଡ଼ିଆ ପୁଅ ରାକେଶ ବେହେରା । ରାକେଶ ମଧ୍ୟ ପୂର୍ବରୁ ଅନେକ ଚଳଚିତ୍ର ଏବଂ ସିରିଏଲରେ ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି ।