ଭିଡିଓ କଲ୍ ଚାଲିଥିଲା  । ରଶି ଲଗାଇ ପଙ୍ଖାରେ ଝୁଲିଗଲେ ଅଭିନେତ୍ରୀ

2,816

କନକ ବ୍ୟୁରୋ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସେରିନ୍ ସେଲିନ୍ ମାଥ୍ୟୁଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ସେ ଏପରି ଭାବେ ପ୍ରାଣ ହରାଇଛନ୍ତି ଯାହାର ଲାଇଭ୍ ଭିଡିଓ ଦେଖିବାକୁ ମିଳିଛି ।

ସେରିନ୍ କେରଳ ଏର୍ଣ୍ଣାକୁଲମ ଜିଲ୍ଲାର କୋଚିରେ ରହୁଥିଲେ । ଏଠାରେ ସେ ରହୁଥିବା ଆପାର୍ଟମେଣ୍ଟରୁ ।ଭ୍କ ମୃତଦେହ ଉଦ୍ଧାର କରାଯାଇଛି । ଭିଡିଓ କଲ ସମୟରେ ୨୬ ବର୍ଷିୟା ସେରିନ୍ ପଙ୍ଖାରେ ରଶି ଲଗାଇ ଝୁଲିପଡିଥିଲେ । ଭିଡିଓ କଲରେ ଥିବା ବ୍ୟକ୍ତି ଜଣକ ଏହାର ସୂଚନା ପୋଲିସକୁ ଦେଇଥିଲେ ।

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସେରିନଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସର କହିବା ମୁତାବକ ଅଭିନେତ୍ରୀ ସେରିନ୍ କିଛି ଦିନ ହେବ ଅବସାଦରେ ରହୁଥିଲେ । ଏହି ଘଟଣା ସମ୍ପର୍କରେ ପୋଲିସ ତାଙ୍କ ଘନିଷ୍ଠ ବନ୍ଧୁଙ୍କ ବୟାନ ରେକର୍ଡ କରିଛି । ସେରିନ୍ କିଛି ମାଲାୟାଲମ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ମଡେଲିଙ୍ଗରେ ମଧ୍ୟ ବେଶ ନାଁ କରିଥିଲେ । ତେବେ ସେରିନ୍ ହେଉଛନ୍ତି ଜଣେ ଟ୍ରାନ୍ସଜେଣ୍ଡର ଆକ୍ଟ୍ରେସ୍ । ଗତ ବର୍ଷରୁ ଆଜିଯାଏଁ  ସେରିନଙ୍କୁ ମିଶାଇ ୫ଜଣ ଟ୍ରାନ୍ସଜେଣ୍ଡର ଆତ୍ମହତ୍ୟା କରିଥିବା ଜଣାପଡିଛି ।