କନକ ବ୍ୟୁରୋ: ଗୁଜବ ପ୍ରଚାର କୁ ନେଇ ମୁଁହ ଖୋଲିଲେ ତେଲୁଗୁ ଅଭିନେତ୍ରୀ ସାମନ୍ଥା ରୁଥପ୍ରଭୁ । କିଛିଦିନ ତଳେ ଅଭିନେତ୍ରୀ ଜ ନାଗାଚୈତନ୍ୟଙ୍କ ଠାରୁ ବିବାହ ବିଚ୍ଛେଦ କରିଥିଲେ । ଏହାପରେ ଉଭୟଙ୍କ ବିବାହ ବିଚ୍ଛେଦକୁ ନେଇ ନାନା ମତ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲା । ଯାହାକୁ ନେଇ ସାମନ୍ଥା ଏକ ଲମ୍ବା ନୋଟ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି । ନିଜ ଇଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ତାଙ୍କ ବିରୋଧରେ ଆଫେୟାର୍ସ, ଗର୍ଭପାତ, ପରିବାର ଯୋଜନା କୁ ନେଇ ଆସୁଥିବା ଗୁଜବକୁ ସମ୍ପୁର୍ଣ ଖଣ୍ଡନ କରିଛନ୍ତି ସାମନ୍ଥା ।
View this post on Instagram
ଏହାସହ ଏ ଅସମୟରେ ତାଙ୍କୁ ସମର୍ଥନ କରିଥିବା ତାଙ୍କ ଫ୍ୟାନ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସାମନ୍ଥା ଆହୁରି ମଧ୍ୟ କହିଛନ୍ତି ବିବାହ ବିଚ୍ଛେଦ ଏକ କଷ୍ଟଦାୟକ ନିଷ୍ପତି । ଆଉ ଏହି ଦୁଃଖକୁ ମତେ ଏକା ହିଁ ଶହିବାକୁ ପଡିବ । ଦୟାକରି ମୋ ବିଷୟରେ କିଛି ଅପ ପ୍ରଚାର କରନାହିଁ ବୋଲି କହିଛନ୍ତି ସାମନ୍ଥା । ସାମନ୍ଥା ଓ ନାଗାଚୈତନ୍ୟ ନିଜ ୪ବର୍ଷର ବିବାହକୁ ନିକଟରେ ଭାଙ୍ଗି ଦେଇଛନ୍ତି । ପରସ୍ପର ଠାରୁ ଅଲଗା ହୋଇଛନ୍ତି ଏହି ଲୋକପ୍ରିୟ ଯୋଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/10/samn1_6104cee75703f.jpg)