ବଢ଼ିଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ : ଡ୍ରଗ୍ସ ମାମଲାରେ ରିଆଙ୍କୁ ସମନ୍ କଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ; ରିୟାଙ୍କ ଘରେ ପହଂଚି ସମନ୍ ଦେଲା ଏନସିବି ଟିମ୍

233

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ କାରାବାର ଏବେ ଏକ ବଡ ପ୍ରସଙ୍ଗ ପାଲଟିଲାଣି । ଏହି ଘଟଣାରେ  ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ରିଆ ଚକ୍ରବର୍ତ୍ତୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା । ମାମଲାରେ  ରିୟା ଚକ୍ରବର୍ତ୍ତୀଙ୍କୁ  ଏନସିବି ସମନ ଜାରି କରିଛି । ତେବେ ଏନସିବି ଟିମ୍ ସହ ଯିବାକୁ  ରିୟା ମନାକରିଦେଇଛନ୍ତି । ତେବେ ଶେଷ ଖବର ଅନୁସାରେ,  ରିୟା ଆଜି ଦିନ ୧୦ଟା ୩୦ରେ ଏନସିବି ଅଫିସରେ ହାଜର ହେବେ । ଏହି ପଚରାଉଚରାର ଭିଡିଓ ରେକର୍ଡିଂ ହୋଇପାରେ ।  ଏଠାରେ ରିୟା ଲିଖିତ ଉତର ଦେଇପାରନ୍ତି । ପୂର୍ବରୁ ସୁଶାନ୍ତଙ୍କ ଷ୍ଟାଫ ଦୀପେଶଙ୍କୁ  ନରକୋଟିକ୍ସ ବ୍ୟୁରୋ ଜେରା କରିଥିଲା । ଏହି ଜେରା ସମୟରେ  ରିୟାଙ୍କ ବିରୋଧରେ ଦୀପେଶ ବୟାନ ଦେଇଥିବା ଜଣାପଡିଛି । ଦୀପେଶ କହିଛନ୍ତି, ରିୟାଙ୍କ ଇସାରାରେ ଘରକୁ ଡ୍ରଗ୍ସ ଆସୁଥିଲା ।

ଏହା ପରେ ରିୟାଙ୍କୁ ଏନସିବି ସମନ ଜାରି କରିଥିବା ଜଣାପଡିଛି । ପୂର୍ବରୁ ଡ୍ରଗ୍ସ କାରବାର ମାମଲାରେ ରିୟାଙ୍କ ଭାଇ ସୌଭିକ ଗିରଫ ହୋଇସାରିଛନ୍ତି । ସୌଭିକଙ୍କ ପରେ ରିୟା ଚକ୍ରବର୍ତୀ ଗିରଫ ହେବା ନେଇ ଚର୍ଚ୍ଚା ବଢିଛି । ଡ୍ରଗ୍ସ କାରବାର ମାମଲାରେ ନାରକୋଟିକ୍ସ ବ୍ୟୁରୋ ରିୟାଙ୍କୁ ସମନ କରିବା ପରେ ଏହି ଚର୍ଚ୍ଚା ଜୋର ଧରିିଛି । ଆଜି ସୌଭିକ ଓ ରିୟାଙ୍କୁ ନାରକୋଟିକ୍ସ ମୁହାଁମୁହିଁ ଜେରା ବି  କରିପାରେ । ସୁଶାନ୍ତଙ୍କ ରୋଷେୟା ଦିପେଶଙ୍କୁ ଗିରଫ ହୋଇସାରିଛନ୍ତି ।

Comments are closed.