ବଢ଼ିଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ : ଡ୍ରଗ୍ସ ମାମଲାରେ ସମନ୍ କଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫିସରେ ରିୟା ଚକ୍ରବର୍ତ୍ତୀ; ଓକିଲ କହିଲେ, ଗିରଫଦାରୀ ପାଇଁ ପ୍ରସ୍ତୁତ

1,357

କନକ ବ୍ୟୁରୋ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ କାରାବାର ଏବେ ଏକ ବଡ ପ୍ରସଙ୍ଗ ପାଲଟିଲାଣି । ଏହି ଘଟଣାରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା । ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ସମନ ଜାରି କରିଥିଲା । ତେବେ ଏନସିବି ଟିମ୍ ସହ ଯିବାକୁ ରିୟା ମନାକରିଦେଇଥିଲେ । ତେବେ ଶେଷ ଖବର ଅନୁସାରେ, ରିୟା ଏନସିବି ଅଫିସରେ ହାଜର ହୋଇଛନ୍ତି । ଏହି ପଚରାଉଚରାର ଭିଡିଓ ରେକର୍ଡିଂ ହୋଇପାରେ । ଏଠାରେ ରିୟା ଲିଖିତ ଉତର ଦେଇପାରନ୍ତି । ପୂର୍ବରୁ ସୁଶାନ୍ତଙ୍କ ଷ୍ଟାଫ ଦୀପେଶଙ୍କୁ ନରକୋଟିକ୍ସ ବ୍ୟୁରୋ ଜେରା କରିଥିଲା । ଏହି ଜେରା ସମୟରେ ରିୟାଙ୍କ ବିରୋଧରେ ଦୀପେଶ ବୟାନ ଦେଇଥିବା ଜଣାପଡିଛି । ଦୀପେଶ କହିଛନ୍ତି, ରିୟାଙ୍କ ଇସାରାରେ ଘରକୁ ଡ୍ରଗ୍ସ ଆସୁଥିଲା ।

ଏହା ପରେ ରିୟାଙ୍କୁ ଏନସିବି ସମନ ଜାରି କରିଥିବା ଜଣାପଡିଛି । ପୂର୍ବରୁ ଡ୍ରଗ୍ସ କାରବାର ମାମଲାରେ ରିୟାଙ୍କ ଭାଇ ସୌଭିକ ଗିରଫ ହୋଇସାରିଛନ୍ତି । ସୌଭିକଙ୍କ ପରେ ରିୟା ଚକ୍ରବର୍ତୀ ଗିରଫ ହେବା ନେଇ ଚର୍ଚ୍ଚା ବଢିଛି । ଡ୍ରଗ୍ସ କାରବାର ମାମଲାରେ ନାରକୋଟିକ୍ସ ବ୍ୟୁରୋ ରିୟାଙ୍କୁ ସମନ କରିବା ପରେ ଏହି ଚର୍ଚ୍ଚା ଜୋର ଧରିିଛି । ଆଜି ସୌଭିକ ଓ ରିୟାଙ୍କୁ ନାରକୋଟିକ୍ସ ମୁହାଁମୁହିଁ ଜେରା ବି କରିପାରେ । ସୁଶାନ୍ତଙ୍କ ରୋଷେୟା ଦିପେଶଙ୍କୁ ଗିରଫ ହୋଇସାରିଛନ୍ତି ।