ପ୍ରିୟଙ୍କା ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କଲେ ଏହି ଅଭିନେତ୍ରୀ, କହିଲେ ସମାଜବାଦୀ ପାର୍ଟି ଓ ବିଜେପି ଦେଉଛି ଅଫର

139

କନକ ବ୍ୟୁରୋ : ଆଗାମୀ ବର୍ଷ ଉତ୍ତତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଗୋଟିଏ ପଟେ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର ପ୍ରସାର  ଆରମ୍ଭ କରିଦେଇଥିବା ବେଳେ ଏବେ ୟୁପି ନିର୍ବାଚନରେ ବଲିଉଡ ଷ୍ଟାରଙ୍କର ଏଣ୍ଟ୍ରି ହୋଇଛି । ବାରଣାସୀରେ ଏହାର ଆରମ୍ଭ ମିସ୍ ଇଣ୍ଡିଆ ପପୁଲାର ଫେସ-୨୦୧୮ ରଚନାସିଂ ଯଦୁବଂଶୀ ସିଧା ପ୍ରିୟଙ୍କା ଗାନ୍ଧୀଙ୍କୁ ଟକ୍କର ଦେବା କଥା କହିଛନ୍ତି ।

ଏକ ସିନେମା ସୁଟିଂ କାମରେ ବାରଣାସୀରେ ପହଂଚିଥିବା ଯଦୁବଂଶୀ କାଶୀରେ ହୋଇଥିବା ବିକାଶ କାର୍ଯ୍ୟ ଓ ୟୁପିରେ ମହିଳା ସଶକ୍ତିକରଣକୁ ପ୍ରଶଂସା କରିଛନ୍ତି । ଏହାହସ ଦେଶରେ ମହିଳା ମାନଙ୍କ ସହ ହେଉଥିବା ଦୁଷ୍କର୍ମ ଓ ଅତ୍ୟାଚାର ବାବଦରେ କହିବାକୁ ଯାଇ ସେ କହିଛନ୍ତି କି ଏନେଇ କଠୋର ଆଇନ ବ୍ୟବସ୍ଥାର ଆବଶ୍ୟକତା ରହିଛି । ୟୁପି ନିର୍ବାଚନରେ ମହିଳା ସଶକ୍ତିକରଣ ନେଇ ପ୍ରିୟଙ୍କାଙ୍କ ପ୍ରଚାରକୁ ସେ କେବଳ ନିର୍ବାଚନୀ ପ୍ରଚାର ବୋଲି କହିଛନ୍ତି ।

ସେ କହିଛନ୍ତି କି ବାସ୍ତବରେ ଯଦି ପ୍ରିୟଙ୍କା ମହିଳା ମାନଙ୍କୁ ଆଗକୁ ବଢାଇବାକୁ ଚାହୁଁଛନ୍ତି ତେବେ ସେ ଏମିତି କିଛି କରନ୍ତୁ ଯାହାକି ସମସ୍ତଙ୍କ ବିଶ୍ୱାସଭାଜନ ହୋଇପାରିବ । ଅଚାନକ ରାଜନୀତିକୁ ଆସିଛନ୍ତି ଯଦି ମୁଁ ରାଜନୀତିକୁ ଆସିବି ତେବେ ପ୍ରିୟଙ୍କାଙ୍କ ଠାରୁ ଅଧିକ ଭୋଟ ପାଇବି ବୋଲି ରଚନା ଯଦୁବଂଶୀ କହିଛନ୍ତି । ଏହାସହ ତାଙ୍କୁ ବିଜେପି ଓ ସମାଜବାଦୀ ପାର୍ଟି ଅଫର ଦେଉଥିବା କଥା ବି ସେ କହିଛନ୍ତି ।

ଉତ୍ତରପ୍ରଦେଶ ଗାଜିପୁର ଜମାନିଆରେ ରହୁଥିବା ରଚନାସିଂ ଯଦୁବଂଶୀ ନିଜର ଶିକ୍ଷା ବାରଣାସୀରେ କରିଛନ୍ତି । ସେ ୨୦୧୮ ମସିହାରେ ମିସ୍ ଇଣ୍ଡିଆ ପପୁଲାର ଫେଓ, ୨୦୧୮ ରେ ମିସ୍ କାଶୀ ଓ ୨୦୧୮ ରେ ମିସ୍ ୟୁପି ଜିତିସାରିଛନ୍ତି । ସେ ଟିଭି ଧାରାବାହିକ ‘ତିତଲିୟା’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏବେ ତାଙ୍କର ସାଉଥ ଓ ବଲିଉଡର ୨ ସିନେମାର ସୁଟିଂ ଚାଲିଛି ।