ପରଦାକୁ ଆସୁଛି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଫିଲ୍ମ ଦ୍ରୌପଦୀ: କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଲେ ବଦଳିନି ସମାଜର ଚିତ୍ର, ନାରୀ ହିଁ ନାରୀର ଶତ୍ରୁ 

530

କନକ ବ୍ୟୁରୋ: ଆସୁଛି ପ୍ରକୃତିଙ୍କ ‘ଦ୍ରୌପଦୀ’ । ହର ପଟ୍ଟନାୟକଙ୍କ ଝିଅ ଅନନ୍ୟା ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚିତ୍ର ‘ଦ୍ରୌପଦୀ’ର ପୋଷ୍ଟର ରିଲିଜ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରକୃତି ମିଶ୍ର । ବାବୁସାନ୍-ପ୍ରକୃତି ବିବାଦ ମଧ୍ୟରେ ଏହି ପୋଷ୍ଟର ରିଲିଜ ଚର୍ଚ୍ଚାର ଖୋରାକ ଯୋଗାଇଛି । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ  ସାକ୍ଷାତକାର ଦେଇ ‘ଦ୍ରୌପଦୀ’ ଫିଲ୍ମ ବିଷୟରେ କହିଛନ୍ତି ପ୍ରକୃତି । ନିଜ ଜୀବନ ସହିତ ଫିଲ୍ମର କାହାଣୀକୁ ତୁଳନା କରି ପ୍ରକୃତି କହିଛନ୍ତି, ନାରୀ ହିଁ ନାରୀର ଶତ୍ରୁ । ପରକିୟାପ୍ରୀତି ପ୍ରସଙ୍ଗରେ ଉତର ରଖି ପ୍ରକୃତି କହିଛନ୍ତି, ପରକୀୟାପ୍ରୀତି ହେଉଛି ଜଣଙ୍କର ବ୍ୟକ୍ତିଗତ ପସନ୍ଦ । ବିବାଦ ଉପରେ ଉତର ରଖି, ତାଙ୍କୁ ଭିଲିଆନ ସାଜାଇ ଦିଆଗଲା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ପ୍ରକୃତି । ଆଇନ ପ୍ରମାଣିତ କରିବା ଆଗରୁ କାହାକୁ ଦୋଷୀ ସଜାଇବା ଠିକ୍ ନୁହେଁ । ଓଡ଼ିଆ ଫିଲ୍ମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ତାଙ୍କ ପରିବାର ଓଡ଼ିଶାରେ ରୁହନ୍ତି ଓ ସେ ଓଡ଼ିଶାକୁ ଭଲ ପାଆନ୍ତି ଓ ସେ ଆଗକୁ ଓଡ଼ିଆ ଫିଲ୍ମ କରିବେ ।