ଶିଶୁ କଳାକାରରୁ ମୁଖ୍ୟ ଅଭିନେତ୍ରୀ । ଗୋଟିଏ ପରେ ଗୋଟିଏ ସଫଳତାରେ ପାଦ ଥାପିଥିଲେ ପ୍ରକୃତି ମିଶ୍ର । ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ତିଆରି କଲେ ଏକ ସ୍ୱତନ୍ତ୍ର ସ୍ଥାନ । ଧାରାବାହିକରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ତାଙ୍କ ଅଭିନୟକୁ ସବୁ ପସନ୍ଦ କରିଥିଲେ । କ୍ୟାରିଅର ସେଠାରେ ଶେଷ ହୋଇନଥିଲା,ଫିଲ୍ମର ଏକ ଲମ୍ବା ଲାଇନ ଲାଗିଥିଲା ପ୍ରକୃତିଙ୍କ ଆଗରେ । ରିଆଲିଟି ଶୋ’ ସେଫାଳି ଠାରୁ ଆରମ୍ଭ କରି ମେଗା ଧାରାବାହିକ ତୁଳସୀରେ ସେ ଦେଖାଇଥିଲେ ତାଙ୍କ ଅଭିନୟର କମାଲ ।ଏହାପରେ ‘ହରି ଭାଇ ହାରେନା’ରେ ପ୍ରକୃତି ଛୋଟ ଝିଅଟିର ଅଭିନୟ କରି ତିଆରି କଲେ ଓଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ।
ଧୀରେ ଧୀରେ ବଡ଼ ହେବା ସହିତ ଓଲିଉଡରେ ତାଙ୍କ ସ୍ଥିତି ମଧ୍ୟ ବଦଳିବାକୁ ଲାଗିଲା । ଏହାପରେ ସେ ହୋଇଥିଲେ ଫିଲ୍ମର ନାୟିକା । ପ୍ରେମିକା,ଥୁକୁଲ,ଏସିପି ସାଗରୀକା ଓ ଓମ ସାଇ ରାମରେ ହିରୋଇନ ଚରିତ୍ରରେ ନଜର ଆସିଲେ ପ୍ରକୃତି । ୨୦୧୮ରେ ପ୍ରକୃତିଙ୍କ ଅଭିନୀତ ଡକୁମେଂଟାରି ଫିଲ୍ମ ଆର୍ସି ପାଇଲା ନେସନାଲ ଆୱାର୍ଡ଼ ।
Follow Us