ଶିଶୁ କଳାକାରରୁ ମୁଖ୍ୟ ଅଭିନେତ୍ରୀ । ଗୋଟିଏ ପରେ ଗୋଟିଏ ସଫଳତାରେ ପାଦ ଥାପିଥିଲେ ପ୍ରକୃତି ମିଶ୍ର । ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ତିଆରି କଲେ ଏକ ସ୍ୱତନ୍ତ୍ର ସ୍ଥାନ । ଧାରାବାହିକରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ତାଙ୍କ ଅଭିନୟକୁ ସବୁ ପସନ୍ଦ କରିଥିଲେ । କ୍ୟାରିଅର ସେଠାରେ ଶେଷ ହୋଇନଥିଲା,ଫିଲ୍ମର ଏକ ଲମ୍ବା ଲାଇନ ଲାଗିଥିଲା ପ୍ରକୃତିଙ୍କ ଆଗରେ । ରିଆଲିଟି ଶୋ’ ସେଫାଳି ଠାରୁ ଆରମ୍ଭ କରି ମେଗା ଧାରାବାହିକ ତୁଳସୀରେ ସେ ଦେଖାଇଥିଲେ ତାଙ୍କ ଅଭିନୟର କମାଲ ।ଏହାପରେ ‘ହରି ଭାଇ ହାରେନା’ରେ ପ୍ରକୃତି ଛୋଟ ଝିଅଟିର ଅଭିନୟ କରି ତିଆରି କଲେ ଓଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ।
/kanak/media/post_attachments/wp-content/uploads/2018/04/1yA-Hzvj_400x400-300x300.jpg)
ଏତିକିରେ ସରିନଥିଲା ପ୍ରକୃତିଙ୍କ କ୍ୟାରିଅର । ପ୍ରକୃତି ଜି ଟିଭିରେ ପ୍ରସାରିତ ସିନେ ଷ୍ଟାର କି ଖୋଜରେ ମଧ୍ୟ ନଜର ଆସିଥିଲେ । ଏହାପରେ ସେ ଆରମ୍ଭ କଲେ ଆଉ ଏକ ନୂଆ ସଫର । ଓଲିଉଡ ପରେ ନଜର ଆସିଲେ ଷ୍ଟାର ଭାରତରେ ପ୍ରସାରିତ ହିନ୍ଦୀ ମେଗା ଧାରାବାହିକ ‘ଜୟ କହ୍ନେୟା ଲାଲ କି’ । ସେଠାରେ ମଧ୍ୟ ସୁନ୍ଦର ଅଭିନୟ କରି ସେ ସାଜିଲେ ଓଡ଼ିଆ ଅଭିନେତ୍ରୀଙ୍କ ପାଇଁ ସଫଳତାର ଏକ ଜ୍ୱଳନ୍ତ ଉଦାହରଣ । ସୁଚନା ମୁତାବକ ପ୍ରକୃତି ଖୁବଶୀଘ୍ର ଆଣ୍ଡ ଟିଭିରେ “ବିଟି ବିଜନେ ସୱାଲି’ ମେଗା ଧାରାବାହିକରେ ରେ ଲିଡ ରୋଲରେ ନଜର ଆସିବେ । ଯାହାର ବିଜ୍ଞାପନ ଆଣ୍ଡ ଟିଭିରେ ଏବେ ଆରମ୍ଭ ହୋଇସାରିଛି । ତେବେ ଏହା ଆମ ଓଡ଼ିଶା ପାଇଁ ନିଶ୍ଚିତ ଭାବରେ ଏକ ଗର୍ବର ବିଷୟ ।