ମଡେଲ ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ପରଲୋକ । ୩୨ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ । ସର୍ଭିକାଲ କ୍ୟାନ୍ସରରେ ଥିଲେ ପୀଡିତ ।

2,052

କନକ ବ୍ୟୁରୋ: ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ସର୍ଭିକାଲ କ୍ୟାନ୍ସର ହୋଇଥିଲା। ଏହି ସୂଚନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି । ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପୁନମ ପାଣ୍ଡେଙ୍କ ମ୍ୟାନେଜର ଏହି ସୂଚନା ଦେଇଛନ୍ତି। ଫେବ୍ରୁଆରି ୧ ତାରିଖ ରାତିରେ ସର୍ଭିକାଲ୍ କ୍ୟାନସରରେ ପୀଡିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ନିଜର ବୋଲ୍ଡ ଅନ୍ଦାଜ ପାଇଁ ଜଣାଶୁଣା ଥିଲେ ପୁନମ୍ । ଅନେକ ଥର ନିଜର ମନ୍ତବ୍ୟ ପାଇଁ ମଧ୍ୟ ବିବାଦ ଘେରକୁ ଆସିଥିଲେ । ପୁନମ ପାଣ୍ଡେ ଜଣେ ଲୋକପ୍ରିୟ ମଡେଲ ଥିଲେ । ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଏକ ଭିଡିଓ ବାର୍ତ୍ତା ଦେଇ ବିବାଦୀୟ ହୋଇଥିଲେ । ପରେ ତାଙ୍କ ଲୋକପ୍ରିୟତା ଆକାଶଛୁଆଁ ହୋଇଯାଇଥିଲା। ନିଜର ଦୁଃସାହସିକ ଦାବି ସହିତ ସେ ପ୍ରଥମ ଥର ପାଇଁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

ପୁନମ ପାଣ୍ଡେ ୨୦୧୩ରେ ଫିଲ୍ମ ‘ନଶା’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।