ଅଶ୍ଳୀଳ ଫଟୋ ସୁଟ୍ କରିବା ପଡିଲା ମହଙ୍ଗା । ଥାନାରେ ଅଭିଯୋଗ ପରେ ଗିରଫ୍ ହେଲେ ଅଭିନେତ୍ରୀ ପୁନମ୍ ପାଣ୍ଡେ

979

କନକ ବ୍ୟୁରୋ : ଅଭିନେତ୍ରୀ ପୁନମ୍ ପାଣ୍ଡେ ଗିରଫ୍ । ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କୁ ଗିରଫ୍ କରିଛି ଗୋଆ ପୋଲିସ । କିଛି ଦିନ ତଳେ ଗୋଆ ସମୁଦ୍ର ବେଳାଭୂମିରେ ଅଶ୍ଳୀଳ ଫଟୋ ସୁଟ୍ କରୁଥିବା ନେଇ ନଭେମ୍ବର ୩ ତାରିଖରେ ଗୋଆ ଫରୱାର୍ଡ ପାର୍ଟିରି ମହିଳା ସଂଗଠନ ପୁନମ୍ ଙ୍କ ନାମରେ ଦକ୍ଷିଣ ଗୋଆର ମାରଗାଓଁ ଥାନରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଗୋଆ ପୋଲିସ ପୁନମ୍ ଙ୍କୁ ଗିରଫ୍ କରିଛି ।

ପୂର୍ବରୁ ଦକ୍ଷିଣ ଗୋଆର ଏକ ସଂରକ୍ଷିତ ସ୍ଥାନରେ ପୁନମ୍ ପାଣ୍ଡେ ଅଶ୍ଳୀଳ ଫଟୋ ସୁଟ୍ କରିବାକୁ ଅନୁମତି ଦେଇଥିବା ଜଣେ ଇନସପେକ୍ଟରକୁ ନିଲମ୍ବିତ କରାଯାଇଥିଲା । ମହିଳା ସଂଗଠନ ତାଙ୍କର ଅଭିଯୋଗରେ ଲେଖିଛନ୍ତି କି ଏଭଳି ଅଶ୍ଳୀଳ ଫଟୋ ସୁଟ୍ କରିବା ଗୋଆର ମହିଳା ମାନଙ୍କ ଉପରେ ଖରାପ ପ୍ରଭାବ ପକାଇବା ସହ ଗୋଆର ଛବିକୁ କଳଙ୍କିତ କରିଛି । ଜଣେ ମହିଳା ନେତ୍ରୀ କହିଛନ୍ତି କି ‘ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ସରକାରଙ୍କ ସଂରକ୍ଷିତ ସ୍ଥାନରେ ଏଭଳି ଫଟୋ ସୁଟିଂ କରିବାକୁ କିଏ ଅନୁମତି ଦେଇଥିଲା । ’  ଦକ୍ଷିଣ ଗୋଆ ପୋଲିସ ପ୍ରଥମେ ଏଫଆଇଆର ଲଂଚ୍ କରିବା ପରେ ଏହି ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଧାରା ୨୯୪ ଲଗାଇ ତଦନ୍ତ ଆରମ୍ଭ କରିବା ସହ ଅଶ୍ଳୀଳ ଫଟୋ ସୁଟ୍ କରୁଥିବା ପୁନମ୍ ପାଣ୍ଡେଙ୍କୁ ଗିରଫ୍ କରିଛି ।