କନକ ବ୍ୟୁରୋ : ଅନୁରାଗ କାଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ । ବଲିଉଡ଼ ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଗୁହାରି କରିଛନ୍ତି । ଏନେଇ ଅନୁରାଗ କାଶ୍ୟପ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ବିଳମ୍ବିତ ରାତିରେ ଏହି ମାମଲାକୁ ନେଇ ଟୁଇଟ କରିଛନ୍ତି କାଶ୍ୟପ ।

Advertisment

ପାୟଲଙ୍କ ଅଭିଯୋଗକୁ ଭିତିହିନ କହିବା ସହ, ତାଙ୍କୁ ଚୁପ୍ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ଏହା ସହ ଅଭିନେତ୍ରୀ ନିଜର ସମ୍ମାନ ରକ୍ଷା କରନ୍ତୁ ବୋଲି କହିଛନ୍ତି ଅନୁରାଗ କାଶ୍ୟପ । ସେପଟେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱାତ୍ ମଧ୍ୟ ପାୟଲଙ୍କ ପାଇଁ ନ୍ୟାୟ ମାଗିଛନ୍ତି । ଅନୁରାଗ କାଶ୍ୟପଙ୍କୁ ଗିରଫ କରାଯାଉ ବୋଲି ସୋସିଆଲ ମିଡ଼ିଆରେ ଟୁଇଟ କରିଛନ୍ତି କଙ୍ଗନା ।