ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ । ସୋସାଇଟରେ ଝଗଡା ଓ ଚେୟାରମ୍ୟାନଙ୍କୁ ଧମକ ଦେବା ନେଇ ଥିଲା ଅଭିଯୋଗ ।

390

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମଦାବାଦ ପୋଲିସ ଗିରଫ୍ କରିଛି । ସେ ସୋସିଆଲ ମିଡିଆରେ ଚେୟାରମ୍ୟାନଙ୍କୁ ଗାଳି ଦେବା ସହ ସୋସାଇଟରେ ଝଗଡା କରିବା ଓ ଚେୟାରମ୍ୟାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଅହମଦାବାଦ ପୋଲିସ ପାଖରେ ଅଭିଯୋଗ ହୋଇଥିଲା ।

ପାୟଲଙ୍କୁ ଅହମଦାବାଦର ସେଟେଲାଇଟ ପୋଲିସ ଗିରଫ କରିଛି । କୁହାଯାଇଛି କି ଜୁନ ୨୦ ତାରିଖରେ ସୋସାଇଟରେ ହୋଇଥିବା ଏଜିଏମ ମିଟିଂରେ ବିନା ସଦସ୍ୟତାରେ ମିଟିଂରେ ପହଂଚିଥିଲେ । ସେଠାରେ ତାଙ୍କୁ କହିବାର ସୁଯୋଗ ନମିଳିବାରୁ ସେ ଗାଳିଦେବା ଆରମ୍ଭ କରିଥିଲେ । ଏହାପୂର୍ବରୁ ବି ସୋସାଇଟରେ ପିଲାମାନେ ଖେଳିବାକୁ ନେଇ ସେ ବାରମ୍ବାର ଝଗଡା କରୁଥିବା କହିଛନ୍ତି ସୋସାଇଟରେ ରହୁଥିବା ଲୋକମାନେ ।

ଏହା ପୂର୍ବରୁ ବି ପାୟଲଙ୍କୁ ଥରେ ରାଜସ୍ଥାନର ବୁନ୍ଦି ପୋଲିସ ଗିରଫ୍ କରିଥିଲା । ତାଙ୍କୁ ଏକ ମାମଲାରେ ବୁନ୍ଦି ପୋଲିସ ଅହମଦାବାଦରୁ ଗିରଫ୍ କରିଥିଲା । ହେଲେ ପାୟଲଙ୍କୁ ରାଜସ୍ଥାନ କୋର୍ଟରୁ ଜାମିନ ମିଳିଥିଲା ।

ପାୟଲଙ୍କ କ୍ୟାରିଅରକୁ ନଜର କଲେ ତାଙ୍କ କ୍ୟାରିଅରରେ ସେ ବିଶେଷ କିଛି ସଫଳତା ପାଇ ପାରି ନାହାନ୍ତି । ଅଭିନୟରେ ତାଙ୍କୁ ବଡ ସୁଯୋଗ ମିଳିପାରି ନାହିଁ । ସେ ବଲିଉଡ ସିନେମା ୱ ୟେ କ୍ୟା ହୋରାହା ହେ, ତୁମସେ ମିଲକର, ତୋବା ତୋବା, ୩୬ ଚାଇନା ଟାଉନ ଭଳି ସିନେମାରେ ଅଭିନୟ କରିବା ସହ ଟେଲିଭିଜନରେ ବି କାମ କରିଛନ୍ତି । ଏହାସହ ତାଙ୍କୁ ବିଗ୍ ବସ୍ ରେ ବି ଦେଖିବାକୁ ମିଳିଥିଲା ।

Comments are closed.