ଜୀବନ ଯୁଦ୍ଧରେ ଲଢୁଛନ୍ତି ଅଭିନେତ୍ରୀ ମହିମା ଚୌଧୁରୀ । ବରିଷ୍ଠ କଳାକାର ଅନୁପମ ଖେର ଜାରି କଲେ ଭାବବିହ୍ୱଳ ଭିଡିଓ ।

1,983

କନକ ବ୍ୟୁରୋ: ହଠାତ ବଦଳିଯାଇଛି ଚେହେରା । ସାମ୍ନାକୁ ଆସିଛି ଏମିତି କିଛି ଫଟୋ ଓ ଭିଡିଓ ଯେଉଁଥିରେ ତାଙ୍କୁ ଚିହ୍ନିବା ମଧ୍ୟ ମୁସ୍କିଲ ହେଉଛି । କର୍କଟରୋଗରେ ପୀଡିତ ହେବା ପରେ ଇଏ ହେଉଛି ବଲିଉଡର ଲୋକପ୍ରିୟ ଓ ଜଣାଶୁଣା ଅଭିନେତ୍ରୀ ମହିମା ଚୌଧୁରୀଙ୍କ ପ୍ରଥମ ଭିଡିଓ । ବିଦେଶରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଏବେ ସାମ୍ନାକୁ ଆସିଛି ଅଭିନେତ୍ରୀଙ୍କ ସଂର୍ଘଷର ସମୟର ଏହି ପ୍ରଥମ ଭିଡିଓ । ଜୀବନର ନୂଆ ସଂର୍ଘଷ କିଭଳି ରହିଛି ଏହି କଥାକୁ ନିଜେ ବଖାଣିଛନ୍ତି ମହିମା

ବଲିଉଡ କଳାକାର ଅନୁପମ ଖେର ମହିମାଙ୍କ ଅସୁସ୍ଥତାର ଖବରର ସୂଚନା ଦେଇଛନ୍ତି । ମହିମାଙ୍କ ଚିକିତ୍ସା ଆମେରିକାରେ ଚାଲିଥିବାବେଳେ ସେଠାରେ ପହଁଞ୍ଚି ତାଙ୍କ ହାଲଚାଲ ପଚାରି ବୁଝିଥିଲେ ଅନୁପମ । ଏଥିସହ କ୍ୟାନସର ବିରୋଧରେ ମହିମା କରୁଥିବା ଲଢେଇକୁ ନେଇ ଅନୁପମ ଏକ ଭିଡିଓ ଜାରି କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ ହେବା ପରେ ନିଆଁ ବେଗରେ ବ୍ୟାପିଛି । ମହିମାଙ୍କ ଅସୁସ୍ଥତା ସମ୍ବନ୍ଧରେ ଜାଣିବା ପରେ ପ୍ରଶଂସକଙ୍କମାନେ ପ୍ରିୟ ଅଭିନେତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

ପରଦେଶ ଫିଲ୍ମରୁ ବଲିଉଡ କ୍ୟ।।ରିୟର ଆରମ୍ଭ କରିଥିବା ମହିମା ନିଜର ଅଭିନୟ ସୌନ୍ଦର୍ଯ୍ୟ ପାଇଁ ପ୍ରଶଂସକଙ୍କ ଗହଣରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇପାରିଛନ୍ତି । ବଲିଉଡରେ ଏମିତି ଅନେକ ଉଦାହରଣ ରହିଛି ଯେଉଁଥିରେ କଳାକାରମାନେ କ୍ୟାନସର ରୋଗରେ ପୀଡିତ ହେବା ପରେ ଏହାକୁ ମାତ ଦେଇ ବର୍ତମାନ ସ୍ୱାଭାବିକ ଜୀବନ କାଟୁଛନ୍ତି । ସେଥିମଧ୍ୟରେ ରହିଛନ୍ତି ମନିଷ କୋଇରାଲା ଓ ସୋନାଲି ବେନ୍ଦ୍ରେଙ୍କ ପରି ଜଣାଶୁଣା ନାଁ