କନକ ବ୍ୟୁରୋ: କରୋନାର କେନ୍ଦ୍ରସ୍ଥଳ ଚୀନରେ ଏହାର ପ୍ରକୋପ ପୁଣିଥରେ ଦେଖିବାକୁ ମିଳିଥିବାବେଳେ ଭାରତରେ ମଧ୍ୟ କିଛି ସଂଖ୍ୟାରେ ଏହା ବଢୁଥିବା ଲକ୍ଷ୍ୟକରାଯାଉଛି । ମାୟାନଗରୀ ମୁମ୍ବାଇରେ ପ୍ରତିଦିନ ପାଖାପାଖି ୨୦ ଟି ପଜିଟିଭ ମାମଲା ସାମ୍ନାକୁ ଆସୁଛି । କରୋନାର ଚତୁର୍ଥ ଲହରର ଖବର ପୁଣିଥରେ ଲୋକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରୁଛି । ବଲିଉଡ୍ ଇଣ୍ଡଷ୍ଟ୍ରିରୁ ଆସିଛି କରୋନା ପଜିଟିଭ ଖବର । ବଲିଉଡ ଅଭିନେତ୍ରୀ ଲାରା ଦତ୍ତାଙ୍କୁ କୋଭିଡ୍ ପଜିଟିଭ ହୋଇଥିବା ଖବର ରହିଛି ।
ଲାରା ଦତ୍ତାଙ୍କୁ କରୋନା ପଜିଟିଭ ଜଣାପଡିବା ପରେ ତାଙ୍କ ଘରକୁ ସିଲ୍ କରିଛି ବିଏମସି । ଏହାସହ ତାଙ୍କ ଘର ଆଗରେ କଣ୍ଟେଣ୍ଟମେଣ୍ଟ ଜୋନର ବୋର୍ଡ ଲଗାଯାଇଛି । ଯଦିଓ ଲାରା ଦତ୍ତା ନିଜେ ଏଯାଏଁ ଏନେଇ କୌଣସି ଔପଚାରିକ ସୂଚନା ଦେଇନାହାଁନ୍ତି । ଶୁକ୍ରବାର ମୁମ୍ବାଇରୁ ୩୮ଟି କରୋନା ପଜିଟିଭ ମାମଲା ଆସିଛି ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ବିଏମସି ଲାରା ଦତ୍ତାଙ୍କ ଘର ବାହାରେ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନର ବୋର୍ଡ ଲଗାଇ ତାଙ୍କ ଘରକୁ ସିଲ କରିଦେଇଛନ୍ତି । ତେବେ ଲାରାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ସଠିକ ସୂଚନା ମିଳିପାରିନାହିଁ ।