ବାୟୋପିକ୍ ଫିଲ୍ମରେ ନଜର ଆସିବେ କରୀନା !

46

ପ୍ରଥମେ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଏବେ ପାଳି ପଡିଯାଇଛି କରୀନା କପୁର ଖାଁଙ୍କର । ମିଳିଥିବା ସୂଚନା ଅନୁସାରେ ଖୁବ୍ ଶୀଘ୍ର କରୀନା ପ୍ରଥମକରି ଏକ ବାୟୋପିକ୍ ଫିଲ୍ମ କରିବା ପାଇଁ ଯାଉଛନ୍ତି । ଆଉ ଏପରି ଅଫର୍ ତାଙ୍କୁ ଦେଇଛନ୍ତି ନିର୍ଦ୍ଦେଶକ ଓମଙ୍ଗ୍ କୁମାର ।

ଓମଙ୍ଗ୍ ଏହାପୂର୍ବରୁ ପ୍ରିୟକାଙ୍କ ସହ ‘ ମେରୀ କମ୍ ’ ଓ ଐଶ୍ୱର୍ଯ୍ୟାଙ୍କ ସହ ‘ସରବଜିତ୍’ କରିସାରିଛନ୍ତି । ବହୁ ଦିନ ଧରି ସେ କରୀନାଙ୍କ ସହ କାମ କରିବା ଲାଗି ଇଚ୍ଛା ରଖିଥିଲେ । କିନ୍ତୁ ତାଙ୍କୁ ଏକ ଭଲ ସ୍କ୍ରିପ୍ଟ ମିଳିନଥିଲା । ଅନ୍ୟ ପକ୍ଷରେ ମା’ ହେବାକୁ ଥିବା କରୀନା ମଧ୍ୟ ବିଶେଷ ପ୍ରୋଜେକ୍ଟ ନେବା ପାଇଁ ଚାହୁଁନଥିଲେ । ଏବେ କରୀନାଙ୍କ ହାତରେ କେବଳ ‘ବୀରେ ଦି ୱେଡିଂ ’ ରହିଛି । ଓମଙ୍ଗଙ୍କୁ ମଧ୍ୟ ସ୍କ୍ରିପ୍ଟ ମିଳିଯାଇଥିବାରୁ ଏହାକୁ ସଠିକ୍ ସମୟ ଭାବି ସେ କରୀନାଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୈାଣସି ସୂଚନା ମିଳିପାରିନାହିଁ । କିନ୍ତୁ ଯଦି ଏପରି ହୁଏ ତେବେ ଏହା ନିଶ୍ଚୟ ଉତ୍ସାହପ୍ରଦ ହେବ ।