ବିବାଦୀୟ ବୟାନ ପରେ ଅଡୁଆରେ ଅଭିନେତ୍ରୀ କଙ୍ଗନା: ପ୍ରତିବାଦ ସହ ଗିରଫ ପାଇଁ ଦାବି କଲା ଏନସିପି, ପଦ୍ମଶ୍ରୀ ଫେରାଇ ନେବାକୁ ଉଠିଲା ସ୍ୱର
କନକ ବ୍ୟୁରୋ: ବିବାଦୀୟ ମନ୍ତବ୍ୟ ଦେଇ ଅଢୁଆରେ ବଲିଉଡ ଅଭିନେତ୍ରି କଙ୍ଗନା ରଣାୱତ । ୧୯୪୭ ରେ ମିଳିଥିବ ସ୍ୱାଧୀନତା ଭିକ୍ଷାରେ ମିଳିଥିଲା ବୋଲି କହି ଅଡୁଆରେ କଙ୍ଗନା ରଣାୱତ । ପୁଣେରେ ଏନସିପି କାର୍ଯ୍ୟକର୍ତା ମାନେ କଙ୍ଗନାଙ୍କ ବୟାନ କୁ ନେଇ ବିରୋଧ ପ୍ରର୍ଦଶନ କରିବା ସହ ତାଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି । ଅନ୍ୟପଟେ କଙ୍ଗନାଙ୍କ ପଦ୍ମଶ୍ରୀ ସମ୍ମାନ କୁ କେନ୍ଦ୍ର ସରକାର ଫେରାଇ ନିଅନ୍ତୁ ବୋଲି କହିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାନ ମଲ୍ଲିକ ।
Kanak News is now on WhatsApp
Join and get latest news updates delivered to you via WhatsApp
ମହଙ୍ଗା ପଡିଲା ବିବାଦୀୟ ବୟାନ । ଦେଶର ସ୍ୱାଧିନତାକୁ ନେଇ ବିବାଦୀୟ ବୟାନ ଦେବା ପରେ ଏବେ କଙ୍ଗନାକୁ ବିଭିନ୍ନ ମହଲରେ କରାଯାଉଛି ସମାଲୋଚନା । ଏହାସହ ଦେଶର ବିଭିନ୍ନ ସ୍ଥାନରେ କଙ୍ଗନାଙ୍କ ବିରୋଧରେ କରାଯାଉଛି ନାରାବାଜୀ । କଙ୍ଗନାଙ୍କ ମନ୍ତବ୍ୟକୁ ବିରୋଧ କରି ପୁଣେରେ ବଡ ଧରଣର ବିରୋଧ ଦେଖିବାକୁ ମିଳିଛି । ନ୍ୟାସନାଲ କଂଗ୍ରେସ ପାର୍ଟିର କର୍ମକର୍ତାମାନେ କଙ୍ଗନାଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିନେତ୍ରୀଙ୍କୁ ଗିରଫ କରିିବାପାଇଁ ଦାବି କରିଛନ୍ତି ।
ସେପଟେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ମଧ୍ୟ କଙ୍ଗନାକୁ କଡା ସମାଲୋଚନା କର୍ିଛନ୍ତି । ୧୯୪୭ ରେ ମିଳିଥିବା ସ୍ୱାଧୀନତା କୁ ଭିକ୍ଷା ରେ ମିଳିଥିଲା ବୋଲି କହି କଙ୍ଗାନା ମହାନ ସ୍ୱାଧୀନତା ସଂଗାମୀଙ୍କୁ ଅସମ୍ମାନ କରିଥିବା କହିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ । କଙ୍ଗନା ବୋଧେ ମଲାନା କ୍ରିମ ର ଅଧିକ ଡୋଜ ନେଇ ଯାଇଛନ୍ତି ବୋଲି କହିଛନ୍ତି ଏନସିପି ନେତା । ସେହିପରି କେନ୍ଦ୍ର ସରକାର ଅଭିନେତ୍ରୀଙ୍କ ପଦ୍ମଶ୍ରୀ ସମ୍ମାନକୁ ଫେରାଇ ନିଅନ୍ତୁ ବୋଲି କହିଛନ୍ତିି ନୱାବ ମଲ୍ଲିକ ।
ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିକଟରେ ଏକ ସାକ୍ଷାତକାର ବେଳେ କହିଥିଲେ, ୧୯୪୭ରେ ଦେଶକୁ ମିଳିଥିବା ସ୍ୱାଧୀନତା ଭିକ୍ଷା ସଦୃଶ, ପ୍ରକୃତ ସ୍ୱାଧୀନତା ୨୦୧୪ରେ ମିଳିଛି । ଆଉ ନିଜର ଏହି ବିବାଦୀୟ ବୟାନ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍ କୁଇନ ।