ମହାରାଷ୍ଟ୍ର ସରକାରଙ୍କ ସହ ବିବାଦ ପରେ ମୁମ୍ବାଇ ଛାଡିଲେ ଅଭିନେତ୍ରୀ କଙ୍ଗନା ରନାୱତ୍ । ଟ୍ୱିଟ୍ କରି ସରକାରଙ୍କୁ ଭର୍ସନା, କହିଲେ ରକ୍ଷକ ଏଠି ସାଜିଛି ଭକ୍ଷକ : ଅଳ୍ପକେ ବଂଚିଲା ଜୀବନ

530

କନକ ବ୍ୟୁରୋ : ବିବାଦୀୟ ପରିସ୍ଥିତି ପରେ ଫେରିଯାଇଥିଲେ ବି ଶିବସେନାକୁ ସମାଲୋଚନା କରିବା ଛାଡି ନାହାନ୍ତି ବଲିଉଡ୍ର କୁଇନ୍ ଭାବେ ପରିଚିତ କଙ୍ଗନା ରଣାୱତ । ସେ ଫେରିବା ବେଳେ ଟ୍ୱିଟ୍ କରି ଲେଖିଛନ୍ତି, “ଭାରାକ୍ରାନ୍ତ ମନରେ ମୁମ୍ବାଇ ଛାଡିବାର କାରଣ, ଯେଭଳି ଭାବେ ଏହି ସମୟରେ ମୁଁ ଆତଙ୍କିତ ଥିଲି ଏବଂ ମୋ ଅଫିସକୁ ଭାଙ୍ଗିବା ପରେ ମୋ ଘରକୁ ଭାଙ୍ଗିବାକୁ ଉଦ୍ୟମ କରି ବୟାନବାଜି ଚାଲିଲା ଏବଂ ମୋତେ ଗାଳି କରାଗଲା, ମୋ ଚାରିପଟେ ଘାତକ ଅସ୍ତ୍ରଶସ୍ତ୍ର ସହ ସତର୍କ ପ୍ରହରୀ, କହିବା ଉଚିତ ପିଓକେ କହିବା ଧମାକା ସୃଷ୍ଟି କଲା ।”

କଙ୍ଗନାଙ୍କ ମନରେ ଥିବା ସମସ୍ତ କ୍ରୋଧ ଏହି ଟ୍ୱିଟ୍ରେ ବାହାରି ପାରିଲା ନାହିଁ । ତେଣୁ କିଛି ସମୟପରେ ପୁଣି ଥରେ ସେ ଟ୍ୱିଟ୍ କରି ରକ୍ଷକକୁ ଭକ୍ଷକ ସାଜିଥିବା କଥା କହିଛନ୍ତି ।

ଏହି ଟ୍ୱିଟ୍ରେ ସେ ଲେଖିଛନ୍ତି, “ଯେତେବେଳେ ରକ୍ଷକ ହିଁ ଭକ୍ଷକ ହେବାର ଘୋଷଣା କରୁଛନ୍ତି, କୁମ୍ଭୀର ହୋଇ ଗଣତନ୍ତ୍ରର ବସ୍ତ୍ରହରଣ କରୁଛନ୍ତି । ମୋତେ ଦୁର୍ବଳ ଭାବି ସେମାନେ ବହୁତ ବଡ ଭୁଲ କରୁଛନ୍ତି । ଜଣେ ମହିଳାଙ୍କୁ ଭୟଭୀତ କରାଇ ଛୋଟ ଦେଖାଇ ନିଜ ଛବିକୁ ଧୂମିଳ କରୁଛ ।”

ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଘଟଣାରେ ଡ୍ରଗ୍ସ କାରବାର ନେଇ କଙ୍ଗନା କିଛି ତଥ୍ୟ ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ସେ ଏଥିପାଇଁ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୁଲିସକୁ ନିଜ ପାଇଁ ବିପଦ ବୋଲି କହିଥିଲେ । ଏହା ପରେ କେନ୍ଦ୍ର ସରକାର କଙ୍ଗନା ପାଇଁ ୱାଇ ପ୍ଲସ ସୁରକ୍ଷା ବ୍ୟବସ୍ଥା କରିଥିଲେ । ଅନ୍ୟପଟେ ରବିବାର ସଂଧ୍ୟାରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟି ତାଙ୍କ ସହ ଘଟିଥିବା ସମସ୍ତ ଘଟଣାର ତଥ୍ୟ ରଖିଥିଲେ ଏବଂ ଭେଟିବା ପରେ କଙ୍ଗନା କହିଥିଲେ ମୋତେ ନ୍ୟାୟ ମିଳିବା ଆଶା ରହିଛି ।

ସେପଟେ ଶିବସେନା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଢଙ୍ଗରେ କଙ୍ଗନା ସିଧାସିଧା ଭାଷାରେ ସମାଲୋଚନା କରିଛନ୍ତି, ଏହା ତାଙ୍କୁ ଅଧିକ ଲୋକପ୍ରିୟ କରାଇଛି ବୋଲି ଆକଳନ କରୁଛି ବିଜେପି । ତେଣୁ ଆସନ୍ତା ବିହାର ନିର୍ବାଚନ ବେଳେ ତାଙ୍କୁ ବିଜେପିର ଷ୍ଟାର କ୍ୟାମ୍ପେନର କରିବା ପାଇଁ ଚିନ୍ତା କରୁଥିବା ନେଇ ଚର୍ଚ୍ଚା ହେଉଛି । ବ୍ୟୁରୋ ରିପୋର୍ଟ, କନକ ନ୍ୟୁଜ