ବିବାଦ ଭିତରେ ମୁମ୍ବାଇ ପହଂଚିଲେ ଅଭିନେତ୍ରୀ କଙ୍ଗନା ରଣାୱତ । ଏୟାରପୋର୍ଟ ବାହାରେ ଶିବସେନା କର୍ମୀଙ୍କ ହଙ୍ଗାମା

463

କନକ ବ୍ୟୁରୋ : ବିବାଦ ଭିତରେ ଆଜି ମୁମ୍ୱାଇ ପହଂଚିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ହିମାଚଳରୁ ସେ କଡା ସୁରକ୍ଷାରେ ବିମାନ ବନ୍ଦରକୁ ଆସିଥିଲେ, ଏହାପରେ ବିମାନରେ ଯୋଗେ ସେ ମୁମ୍ବାଇ ପହଂଚିଛନ୍ତି । ସେପଟେ ମୁମ୍ବାଇ ଏୟାରପୋର୍ଟ ବାହାରେ ଶିବସେନା କର୍ମୀଙ୍କ ହଙ୍ଗମା ଦେଖିବାକୁ ମିଳିଛି । ପୋଷ୍ଟର, ଶିବସେନା ପତାକା ଧରି ଏୟାରପୋର୍ଟ ବାହାରେ ହଙ୍ଗାମା କରିଛନ୍ତି ଶିବସେନା କର୍ମୀ । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ଏହାର ତଦନ୍ତକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ କଙ୍ଗନା ।

ବୟାନବାଜି ଭିତରେ ଶିବସେନା ନେତାଙ୍କ ସହ ମୁହାଁମୁହିଁ ହୋଇଥିଲେ । ମୁମ୍ବାଇକୁ ସେ ପିଓକେ ବୋଲି କହିବା ପରେ ବିବାଦ ତେଜିଥିଲା । ଏପରିକି ଶିବସେନା ନେତା କଙ୍ଗନାଙ୍କୁ ମୁମ୍ବାଇକୁ ପୁରାଇ ଦିଆଯିବ ନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ । ଏହାକୁ ନେଇ କଙ୍ଗନା କହିଥିଲେ, କାହାର ଯଦି ଦମ ଅଛି ତ ତାଙ୍କୁ ମୁମ୍ବାଇ ଯିବା ବେଲେ ରୋକି କି ଦେଖାନ୍ତୁ । ଅନ୍ୟପଟେ କଙ୍ଗନା ସୁରକ୍ଷା ଲୋଡିବାରୁ ତାଙ୍କୁ ୱାଇ କେଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର ।