‘ବିବାହ କଥା କହିବାରୁ ପ୍ରେମିକ ଖୁବ୍ ମାରିଥିଲେ’ । ଲିଭ୍ ଇନ୍ ରିଲେସନକୁ ନେଇ ଛାତିଥରା ଅନୁଭୂତି ବଖାଣିଲେ ଅଭିନେତ୍ରୀ 

597

କନକ ବ୍ୟୁରୋ: ଏବେ ସାରା ଦେଶରେ ଜୋର ଧରିଛି ଶ୍ରଦ୍ଧା ଓ ଆଫତାବଙ୍କ ଖବର । ପ୍ରତିଦିନ ଆସୁଛି ଶ୍ରଦ୍ଧାଙ୍କୁ ହତ୍ୟା ଘଟଣାର ନୂଆ ନୂଆ ତଥ୍ୟ । ଏହାକୁ ଦେଖି ଏହି ଘଟଣାକୁ ନିଜ ଜୀବନର ଏକ ଅନୁଭୂତି ସହ ତୁଳନା କରିଛନ୍ତି ସାଉଥ୍ ଅଭିନେତ୍ରୀ ତଥା ‘ଦିୟା ଔର ବାତି’ ଶୋ’ ଫେମ୍ ଆକ୍ଟ୍ରେସ୍ କନିଷ୍କା ସୋନି । ଶ୍ରଦ୍ଧା ବାଲକରଙ୍କ ହତ୍ୟା ଖବରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କନିଷ୍କା । ଏହି ଘଟଣାକୁ ନିଜ ଜୀବନରେ ଘଟିଯାଇଥିବା ଏକ ଘଟଣାକୁ ତୁଳନା କରିଛନ୍ତି । ଆଫତାବ୍ ଭଳି ଜଣେ ମାନସିକ ବିକୃତ ମଣିଷର ଦୌରାତ୍ମ୍ୟର ଶିକାର ହୋଇଥିବା କହିଛନ୍ତି କନିଷ୍କା ।

କନିଷ୍କାଙ୍କ କହିବା ମୁତାବକ, ପୂର୍ବରୁ ସେ ଜଣେ ଏପରି ପୁଅକୁ ଭଲ ପାଉଥିଲେ, ଯିଏ ସବୁବେଳେ ତାଙ୍କ ସହ ଲିଭ ଇନ୍ ରିଳେସନରେ ରହିବାକୁ ଚାହୁଁଥିଲା । ହେଲେ ତାଙ୍କୁ କନିଷ୍କା ନିସର୍ତ୍ତ ଭଲପାଉଥିବାରୁ ତାଙ୍କର ଅନେକ ଜିଦିକୁ ସହିନେଉଥିଲେ ବି ଲିଭ ଇନ ରିଲେସନକୁ ଗ୍ରହଣ କରିପାରୁନଥିଲେ । ବରଂ ପ୍ରେମିକର ଘରେ ରହି ତାଙ୍କର ଯତ୍ନ ନେଉଥିଲେ । ଆଶା ରଖୁଥିଲେ ବୋଧହୁଏ ବିବାହ ପରେ ପରିସ୍ଥିତି ସୁଧୁରିଯିବ । ହେଲେ ପରିସ୍ଥିତି ଓଲଟା ହେଲା । ଦିନେ ପ୍ରେମିକକୁ ବିବାହ କରିବାକୁ କହିବାରୁ ପ୍ରେମିକ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଯେ କୌଣସି ସମୟରେ ତାଙ୍କୁ ହତ୍ୟା କରାଯାଇପାରେ   ବୋଲି ଆଶଙ୍କା କରି ପ୍ରେମିକ ଘରୁ ଲୁଚି ପଳାଇଆସିଥିଲେ । ଆଉ କାହାରିକୁ ବିବାହ ନକରି ବରଂ ନିଜେ ନିଜ ସହ ଖୁସିରେ ବଞ୍ଚିବାକୁ ନିଷ୍ପତ୍ତି ନେଇଥିଲେ ।