କନକ ବ୍ୟୁରୋ: ବିଦେଶରେ ଲୁଟର ଶିକାର ହେଲେ ସିରିୟଲ ଅଭିନେତ୍ରୀ ଦିବ୍ୟଙ୍କା ତ୍ରୀପାଠି ଓ ସ୍ବାମୀ ତଥା ଅଭିନେତା ବିବେକ ଦହିଆ । କଳାକାରଙ୍କ କାର ଭାଙ୍ଗି ୧୦ଲକ୍ଷ ଟଙ୍କା , ପାସପୋର୍ଟ ଓ ଜିନିଷ ନେଇ ଫେରାର ହୋଇଛନ୍ତି ଦୁବୁର୍ତ । ଘଟଣା ଘଟିଛି ୟୁରୋପର ଫ୍ଲୋରେନ୍ସ ସହରରେ । ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଘଟଣା ବାବଦରେ ସୂଚନା ଦେଇଛନ୍ତି ଦିବ୍ୟଙ୍କା । ଏଥିସହ ଭାରତ ଫେରିବାକୁ ସାହାଯ୍ୟ ମାଗିଛନ୍ତି । ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଛନ୍ତି କଳାକାର । ସୂଚନା ଅନୁସାରେ ମ୍ୟାରେଜ ଆନିଭର୍ସରୀ ସେଲିବ୍ରେସନ କରିବାକୁ ଦିବ୍ୟଙ୍କା ଓ ବିବେକ ୟୁରୋପ ଟ୍ରିପରେ ଯାଇଥିଲେ । ମୋଟ ୧୦ଲକ୍ଷ ଟଙ୍କାର ନଗଦ ଟଙ୍କା ଓ ସାମାନ ଚୋରି ହୋଇଛି । ତେବେ ସ୍ବଦେଶ ଫେରିବାକୁ ପାଖରେ ଅର୍ଥ ନଥିବାରୁ ଭାରତୀୟ ଦୂତାବାସଠୁ ସହଯୋଗ ଲୋଡିଛନ୍ତି ।