ନିକଟରେ ଅଭିନେତ୍ରୀଙ୍କୁ ମାରପିଟ ମାମଲା ଅଧିକ ଆସୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀଙ୍କୁ ମୁମ୍ବାଇର ଚାରୋକୋପ୍ ଅଞ୍ଚଳରେ ବିଚ୍ ରାସ୍ତାରେ ମାଡ ଘଟଣା ସାମ୍ନାକୁ ଆସିଛି। ଅଭିନେତ୍ରୀ ଜଣଙ୍କୁ ତାଙ୍କ ସ୍ୱାମୀ ଏବଂ ତାଙ୍କ ପ୍ରେମିକା ରାସ୍ତା ମଝିରେ ମାରିବା ଘଟଣା ଜଣାପଡ଼ିଛି। ତେବେ ଘଟଣା ବିଷୟରେ ସ୍ଥାନୀୟ ପୁଲିସ୍ ନିକଟରେ ଅଭିଯୋଗ ପାଇଁ ପହଞ୍ଚିଥିବା ଅଭିନେତ୍ରୀଙ୍କୁ ଏହା ଆପଣଙ୍କର ଘରୋଇ ମାମଲା କହି ପୁଲିସ୍ ଷ୍ଟେସନରୁ ବାହାର କରିଥିବା ଜଣାପଡ଼ିଛି।

Advertisment

publive-image

ଘଟଣା ଅନୁଯାୟୀ , ମୁମ୍ବାଇ ଚାରକୋପ୍ ଅଞ୍ଚଳରେ ଅଭିନେତ୍ରୀ ଆକୃତି ନାଗପାଲଙ୍କର ଦୁଇଟି ଦୋକାନ୍ ରହିଛି। କିନ୍ତୁ ୭ ବର୍ଷ ହେବ ତାଙ୍କ ଠାରୁ ଅଲଗା ରହୁଥିବା ତାଙ୍କ ସ୍ୱାମୀ ଅନିଲ ମସ୍ତ୍ରୀ ଅନ୍ୟ କାହାକୁ ତାଙ୍କ ଦୋକାନ୍ ଦେଇଥିବା କଥା ସେ ନିକଟରେ ଜାଣିବାକୁ ପାଇଲେ। ଏହି ଘଟଣାର ତଦନ୍ତ କରିବା ପାଇଁ ଅଭିନେତ୍ରୀ ଜଣକ ଦୋକାନରେ ପହଞ୍ଚିବାରୁ ସେ ତାଙ୍କ ସ୍ୱାମୀଙ୍କୁ ଆଉ ଜଣେ ମହିଳାଙ୍କ ସହ ଦେଖିବାକୁ ପାଇଲେ । ସେଠାରେ ଅଭିନେତ୍ରୀ ଆକୃତି କିଛି କହିବା ପୂର୍ବରୁ ହିଁ ତାଙ୍କ ସ୍ୱାମୀ ଏବଂ ତାଙ୍କ ପ୍ରେମିକା ତାଙ୍କୁ ଏକ ବାଡ଼ିରେ ରାସ୍ତା ଉପରେ ମାରିବା ଆରମ୍ଭ କରିଥିଲେ । ଏହାର ଫଟୋ ଏବଂ ଭିଡ଼ିଓ ସେଠାରେ ଉପସ୍ଥିତ କିଛି ପ୍ରତ୍ୟେକ୍ଷଦର୍ଶୀ ନେଇଥିବା ଜଣାପଡ଼ିଛି।

publive-image

ଅଭିନେତ୍ରୀଙ୍କ କହିବାନୁସାରେ, ଘଟଣା ସମ୍ବନ୍ଧରେ ସ୍ଥାନୀୟ ପୁଲିସରେ ଅଭିଯୋଗ କରିବା ପାଇଁ ସେ ପହଞ୍ଚିବାରୁ ପୁଲିସ୍ ଏହା ଆପଣଙ୍କ ପାରିବାରିକ ମାମଲା କହି ଆକୃତିଙ୍କୁ ସେଠାରୁ ବିଦା କରିଦେଇଥିଲେ । ଏହାପରେ ଉପାୟଶୂନ୍ୟ ଆକୃତି ମୁମ୍ବାଇ କମିଶନରେଟ୍ ପୁଲିସକୁ ଟ୍ଵିଟ୍ ଯୋଗେ ଘଟଣା ବିଷୟରେ ଜଣାଇଥିଲେ । ବର୍ତ୍ତମାନ ପୁଲିସ୍ ଘଟଣା ବିଷୟରେ ତଦନ୍ତ କରିବ ବୋଲି କହିଛନ୍ତି। ଆକୃତି ତେଲୁଗୁ ଚଳଚ୍ଚିତ୍ରର ଜଣେ ନାମୀ ଅଭିନେତ୍ରୀ ହୋଇଥିବା ବେଳେ ମରାଠୀ ଚଳଚ୍ଚିତ୍ର ନିର୍ମାତା , ନିର୍ଦ୍ଦେଶକ ବତଠଲାଦାଶ ପଞ୍ଚୋଟିଆଙ୍କ ନାତୁଣୀ ଅଟନ୍ତି ।