ଆସନ୍ତା ୧୨କୁ ଘୁଚିଂଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି :  ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରିନଥିବାରୁ ଶୁଣାଣୀ ଘୁଂଚିଥିବା ବର୍ଷାଙ୍କ ଓକିଲଙ୍କ ସୂଚନା 

ଘରୋଇ ହିଂସା ଓ ମାନସିକ ନିର୍ଯାତନା ଦେଉଥିବା ସ୍ୱାମୀ ଅନୁଭବଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ 

445
କନକ ବ୍ୟୁରୋ : ଆସନ୍ତା ଅକ୍ଟୋବର ୧୨କୁ ଘୁଂଚିଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି । ସେପଟେ ବର୍ଷାଙ୍କ ଘରକୁ ଯାଇ ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି । ହେଲେ ବୟାନ ରେକର୍ଡର ରିପୋର୍ଟ ଦାଖଲ ହୋଇନଥିବାରୁ ଶୁଣାଣି ଘୁଂଚିଥିବା ବର୍ଷାଙ୍କ ଓକିଲ ସୂଚନା ଦେଇଛନ୍ତି । ସ୍ୱାମୀ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ।
ତେବେ ବର୍ଷାଙ୍କ ପକ୍ଷରୁ ପରିବାର କୋର୍ଟରେ ହୋଇଥିବା ମାମଲାର ଶୁଣାଣି ହୋଇ ନାହିଁ । ବର୍ଷା ପରିବାର କୋର୍ଟରେ ଭରଣପୋଷଣ ସହ କ୍ଷତିପୂରଣ ଦାବି କରି ଅନୁଭବଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛନ୍ତି ।