କନକ ବ୍ୟୁରୋ : ଆସନ୍ତା ଅକ୍ଟୋବର ୧୨କୁ ଘୁଂଚିଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି । ସେପଟେ ବର୍ଷାଙ୍କ ଘରକୁ ଯାଇ ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି । ହେଲେ ବୟାନ ରେକର୍ଡର ରିପୋର୍ଟ ଦାଖଲ ହୋଇନଥିବାରୁ ଶୁଣାଣି ଘୁଂଚିଥିବା ବର୍ଷାଙ୍କ ଓକିଲ ସୂଚନା ଦେଇଛନ୍ତି । ସ୍ୱାମୀ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ।
ତେବେ ବର୍ଷାଙ୍କ ପକ୍ଷରୁ ପରିବାର କୋର୍ଟରେ ହୋଇଥିବା ମାମଲାର ଶୁଣାଣି ହୋଇ ନାହିଁ । ବର୍ଷା ପରିବାର କୋର୍ଟରେ ଭରଣପୋଷଣ ସହ କ୍ଷତିପୂରଣ ଦାବି କରି ଅନୁଭବଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/16-6.jpg)