ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଏଫଆଇଆର : ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ୫ଜଣଙ୍କ ନାଁରେ ଏତଲା

671

କନକ ବ୍ୟୁରୋ : ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ଏଫଆଇଆର । ସେସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ୫ ଜଣଙ୍କ ନାଁରେ ମାମଲା କରିଛନ୍ତି ବର୍ଷା । ପୁରୀଘାଟ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ରିତିମତ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଏହି ନିର୍ଦ୍ଦିଷ୍ଟ ବ୍ୟକ୍ତି ଆପତିଜନକ ମନ୍ତବ୍ୟ ପୋଷ୍ଟ କରୁଥିବା ବର୍ଷା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ତାଙ୍କ ପାଖରେ ପ୍ରମାଣ ଥିବା କହିଛନ୍ତି ବର୍ଷା । ତେଣୁ ପୋଲିସକୁ ତଦନ୍ତ କରିବା ପାଇଁ ନିବେଦନ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ।