କନକ ବ୍ୟୁରୋ: ଜୀବନରେ ଏମିତି କିଛି ଘଟଣା ଘଟେ, ଯାହା କହିବା କଷ୍ଟକର ହୋଇଥାଏ । ହେଲେ ମନ ଭିତରେ ଅକୁହା କଥା ସେମିତି ରହିଯାଏ । କାହାକୁ କହି ନପାରିଲେ ବି ସେମିତି ଅଭୁଲା ହୋଇ ରହିଥାଏ । ସବୁବେଳେ ଭିତରେ ଭିତରେ ଘାଣ୍ଟିଥାଏ । ଠିକ୍ ସେମିିତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଛି ଯାହା ହୁଏତ କେହି ଜାଣି ନଥିବେ । କିନ୍ତୁ ଅଙ୍ଗେ ନିଭାଇ ଥିବା ସମସ୍ତ କଥାକୁ ସେ ଏବେ ବି ଭୁଲି ପାରିନାହାଁନ୍ତି । ଯାହାକୁ ସେ ତାଙ୍କର ପୁସ୍ତକରେ ଲେଖିବାକୁ ଯାଉଛନ୍ତି । ଯାହାର ନାଁ ରଖିଛନ୍ତି ଅନ୍ତଃସ୍ୱର- ଅନେକ ଅନେକ କଥା । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ।

Advertisment

୭ ଅଗଷ୍ଟ ୨୦୨୦ରେ ବର୍ଷା ସ୍ୱାମୀ ଅନୁଭବଙ୍କ ବିରୋଧରେ ଘରୋଇ ନିର୍ଯାତନା ଅଭିଯୋଗ ଆଣି ଏତଲା ଦେଇଥିଲେ । ତାଙ୍କୁ ଅଭିନେତାରୁ ରାଜନେତା ବନିଥିବା ଅନୁଭବ ମହାନ୍ତି ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଯାହା ବିଚାରାଧୀନ ରହିଛି । ଅନୁଭବ ଦିଲ୍ଳୀ ପଟିଆଲା କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ ଅନୁଭବ । ତାପରେ ଅନୁଭବ ବର୍ଷାଙ୍କ ବିରୋଧରେ ଅନେକ ଟିପଣୀ ଦେଇଥିଲେ । ଯାହାକୁ ନେଇ ଆପତି ଉଠାଇଥିଲେ ବର୍ଷା । କିନ୍ତୁ ଶାଶୁ ଘର ଛାଡି ନଯାଇ ସେହି ଘରେ ରହି ଆସୁଛନ୍ତି । କିନ୍ତୁ ଏହା ଅନୁଭବଙ୍କ ପୈତୃକ ଘର ହୋଇଥିବାରୁ ସେହି ଘର ଛାଡିବାକୁ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ୍ କୋର୍ଟରେ ଆବେଦନ କରିଥିଲେ ବର୍ଷା । କିନ୍ତୁ ବର୍ଷାଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ସହ ତଳ କୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଛନ୍ତି ।