କନକ ବ୍ୟୁରୋ: ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଛନ୍ତି । ଚଳଚ୍ଚିତ୍ର ଜଗତର ସମ୍ମାନଜନକ ଦାଦା ସାହେବ ପାଲକେ ସମ୍ମାନ ପାଇଛନ୍ତି ବରିଷ୍ଠ୍ ଅଭିନେତ୍ରୀ ଆଶା ପାରେଖ । ସେହିପରି ଫିଲ୍ମ ତାନାହାଜୀ ଓ ସୋରାଇପୋତୁର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଯଥାକ୍ରମେ ଅଜୟ ଦେବଗନ ଓ ସୁରିଆଙ୍କୁ ସମ୍ମାନିତ କରାଯାଇଛି । ଓଡିଶାର ବରିଷ୍ଠ ସିନେ ସାମ୍ବାଦିକ ସୂର୍ଯ୍ୟ ଦେବଙ୍କୁ ମଧ୍ୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି ।