ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ, ହୃଦଘାତର ଶିକାର ହୋଇ ଚିକିତ୍ସାଧିନ ଥିଲେ । 

2,074

କନକ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା । ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅନେକ ଚେଷ୍ଟା ପରେ ବି ଡାକ୍ତରୀ ଟିମ୍ ତାଙ୍କ ଜୀବନ ବଞ୍ଚାଇପାରିନଥିଲେ । ଫଳରେ ୨୪ ବର୍ଷରେ ଅକାଳରେ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି ।

ଏତେ କମ୍ ବୟସରେ ଏଣ୍ଡ୍ରିଲାଙ୍କର ପରଲୋକ ହୋଇଥିବାରୁ ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି । ନଭେମ୍ବର ୧୫ ତାରିଖରେ ଲଣ୍ଡ୍ରିଲାଙ୍କର ମଲ୍ଟିିପଲ କାର୍ଡିଆକ୍ ଆରେଷ୍ଟ ହୋଇଥିଲା । ହୃଦଘାତ ହେବା ପୂର୍ବରୁ ତାଙ୍କର ବ୍ରେ୍ ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା । ସଂଜ୍ଞାହୀନ ଅବସ୍ଥାରେ  ତାଙ୍କୁ ହସ୍ପିଟାଲକୁ ଅଣାଯାଇ ଚିକିତ୍ସାରେ ରଖାଯାଇଥିଲା ।

ତାଙ୍କର କାର୍ଡିଓପଲମୋନୋରୀ ମଧ୍ୟ କରାଯାଇଥିଲା । ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ହୋଇନଥିଲା । ଶେଷରେ ଆଜି ତାଙ୍କର ପରଲୋକ ହୋଇଛି ।