ଖଲ୍ଲିକୋଟର ବିଭିନ୍ନ ଗାଁରେ ଜମିବାରେ ଲାଗିଛି ପ୍ରଚାର । ବିଜେପି ପାଇଁ ପ୍ରଚାର କରୁଛନ୍ତି ଅଭିନେତା ଓ ଅଭିନେତ୍ରୀ

123

କନକ ବ୍ୟୁରୋ : ଗାଁ ଦାଣ୍ଡରେ ଜମୁଛି ପ୍ରାର୍ଥୀଙ୍କ ପଚାର ପ୍ରସାର । ବିଜେପି ତରଫରୁ ଅଭିନେତା ଅଭିନେତ୍ରୀଙ୍କ ମାରାଥନ ପ୍ରଚାର ଦେଖିବାକୁ ମିଳିଛି । ପ୍ରଚାର ମଇଦାନରେ ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା ଓ ଅଶ୍ରୁମୋଚନ ମହାନ୍ତିଙ୍କୁ ଦେଖିବାକୁ ମିଳିଛି । ବିଦୁସ୍ମିତା ଖଲ୍ଲିକୋଟ ୧୧ନଂ ଜୋନର ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ଯଜ୍ଞନାରାୟଣ ଦାସଙ୍କ ପାଇଁ ପ୍ରଚାର କରିଥିବା ବେଳେ ୧୩ ନଂ ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ରାମଚନ୍ଦ୍ର ବୈଦ୍ୟଙ୍କ ପାଇଁ ପ୍ରଚାର କରିଛନ୍ତି ଅଶ୍ରୁମୋଚନ ମହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଓ ଯୋଜନାର ସଫଳ ରୂପାୟନକୁ ଲୋକଙ୍କୁ ଜଣାଇବା ସହ ପରିବର୍ତନ ହେଲେ ପଂଚାୟତ ଦୁର୍ନୀତି ମୁକ୍ତ ହୋଇପାରିବ ବୋଲି କହିଛନ୍ତି । ଏହା ସହ ରୋଡ ଶୋ କରି ଶହ ଶହ ଲୋକଙ୍କ ଗହଣରେ ବିଜେପିକୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ।