କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୩୦ ତାରିଖରେ ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ର ୧୦୦ ତମ ଅଧ୍ୟାୟ ପୁରଣ କରିବାକୁ ଯାଉଛନ୍ତି । ଏହାକୁ ନେଇ ଏକ ବଡ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉପ ରାଷ୍ଟ୍ରପତି ଜଗଦୀପ ଧନଖେଡ ଆଜି ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ମନ୍ କି ବାତର ୧୦୦ ତମ ସମ୍ମିଳନୀକୁ ଉଦଘାଟନ କରିବେ । ଏନେଇ ସାରା ଦିନ ସାରା ଏହି କାର୍ଯ୍ୟକ୍ରମ ଚାଲୁ ରହିବ ।

Advertisment

ପ୍ରସାର ଭାରତୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ଅଭିନେତା ଅମୀର ଖାନ, ଅଭିନେତ୍ରୀ ରବିନା ଟଣ୍ଡନ, ପୁଡୁଚେରୀର ପୂର୍ବତନ ରାଜ୍ୟପାଳ କିରଣ ବେଦୀ, ସଂଗୀତକାର ରିକ୍କି କେଜ, ଖେଳାଳୀ ନିକହତ ଜରୀନ ଓ ଦୀପା ମଲ୍ଲିକ, କିରସାଗୋ ନିଲେଶ ମିଶ୍ରା, ଉଦ୍ୟୋଗୀ ସଂଜୀବ ଭିକଚନ୍ଦାନୀ, ତଥା ଟି.ବି ମୋହନଦାସ ପଇ ଯୋଗ ଦେବେ ।

ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ତାଙ୍କ ରେଡିଓ କାର୍ଯ୍ୟକ୍ରମରେ ରେଖାଙ୍କିତ କରିଥିବା ବିଭିନ୍ନ ପ୍ରସଙ୍ଗକୁ ୪ଟି ଭାଗରେ ବିଭକ୍ତ କରାଯାଇଛି । ଏଥିରେ ଗୋଟିଏ ପର୍ଯ୍ୟାୟ ନାରୀ ଶକ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ଐତିହ୍ୟର ଉନ୍ନତି, ତୃତୀୟ ପର୍ଯ୍ୟାୟରେ ଆତ୍ମନିର୍ଭରତା ଓ ଚତୁର୍ଥ ପର୍ଯ୍ୟାୟରେ ଆହ୍ୱାନରୁ ଆନ୍ଦୋଳନ ଉପରେ ପର୍ଯ୍ୟବେଶିତ ହେବ ।

ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଏହି ସମ୍ମିଳନୀର ସମାପନ ଉତ୍ସବକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଏକ ସ୍ମାରକ ମୁଦ୍ରା ଓ ଡାକ ଟିକେଟ ଲୋକର୍ପଣ କରାଯିବ । ଏହି କ୍ରମରେ କେନ୍ଦ୍ର ଦୂର ସଂଚାର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ , ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଓ ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଉପସ୍ଥିତ ରହିବେ ।