ପରପାରିରେ ବିନୋଦ ଖାନ୍ନା ! ୭୦ ବର୍ଷ ବୟସରେ ହୋଇଛି ଦେହାନ୍ତ

Advertisment
ପରପାରିରେ ବିନୋଦ ଖାନ୍ନା ! ୭୦ ବର୍ଷ ବୟସରେ ହୋଇଛି ଦେହାନ୍ତ

କନକ ବ୍ୟୁରୋ :  ପ୍ରସିଦ୍ଧ ବଲିଉଡ୍ ଅଭିନେତା ବିନୋଦ ଖାନ୍ନାଙ୍କର ଦେହାନ୍ତ ହୋଇଛି । ୭୦ ବର୍ଷୀୟ ଖାନ୍ନା ଥିଲେ କର୍କତ ପୀଡିତ । ଅନେକ ଦିନ ଧରି ଅସୁସ୍ଥ ଥିବାର ଖବର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ମୁମ୍ବାଇର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଛି ।

୭୦ ଓ ୮୦ ଦଶକରେ ବିନୋଦ ଖାନ୍ନା ବଲିଉଡରେ ବେଶ ନାଁ କମାଇଥିଲେ । ଅମିତାଭଙ୍କ ସହ ତାଙ୍କ ଯୋଡି ବେଶ ଜମିଥିଲା ।  ମୁକଦର ତା ସିକନ୍ଦର, ଅମର-ଆକବର-ଆନ୍ଥୋନି, କୁରବାନି ଓ କୁଦରତ ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ ।

ଦେଖନ୍ତୁ ଏହି ଭିଡିଓ –

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe