ତାମିଲନାଡୁ ରାଜନୀତିରେ ଅଭିନେତା ବିଜୟଙ୍କ ଦମଦାର ଏଣ୍ଟ୍ରି, ପଞ୍ଚାୟତ ନିର୍ବାଚନରେ ଦଳକୁ ବଡ ସଫଳତା

177

କନକ ବ୍ୟୁରୋ : ତାମିଲନାଡୁ ପଞ୍ଚାୟତ ନିର୍ବାଚନରେ ଅଭିନେତା ବିଜୟଙ୍କ ନେତୃତ୍ୱାଧୀନ ପାର୍ଟିର ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ସୂଚନା ମୁତାବକ ବିଜୟଙ୍କ ଫ୍ୟାନକ୍ଲବ ଅଲ ଇଣ୍ଡିଆ ଥଲପତି ବିଜୟ ମୁକ୍କଲ ଇୟକମ୍ ପାର୍ଟି ୧୬୯ ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୫ ଜଣ ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ଅଭିନେତାଙ୍କର ଏହି କ୍ଲବ ତରଫରୁ ଏହା ପ୍ରଥମ ନିର୍ବାଚନ ଥିଲା । ହେଲେ ପ୍ରଥମ ନିର୍ବାଚନରେ କ୍ଲବର ଏଭଳି ସଫଳତାକୁ ନେଇ ଅନ୍ୟ ରାଜନୈତିକ ଦଳର ନେତାମାନେ ଚିନ୍ତାରେ ପଡିଛନ୍ତି । କୁହାଯାଉଛି କି ଲୋକପ୍ରିୟତା ମାମଲାରେ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ବିଜୟଙ୍କର ନାମ ରହିଛି ।

ଅଲ ଇଣ୍ଡିଆ ଥଲପତି ବିଜୟ ମୁକ୍କଲ ଇୟକମ୍ର ମହାସଚିବ ବସ୍ମୀ ଆନନ୍ଦ କହିଛନ୍ତି କି ୧୧୫ ଆସନ ମଧ୍ୟରୁ ୧୩ ଟି ଆସନରେ କ୍ଲବର ପ୍ରାର୍ଥୀମାନେ ନିଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ଏହାସହ ସେ କହିଛନ୍ତି କି ୧୧୫ ଜଣ ବିଜେତାଙ୍କ ମଧ୍ୟରେ ୪୫ ଜଣ ମହିଳା ଅଛନ୍ତି । ଅଭିନେତା ବିଜୟରଙ୍କ ବ୍ୟାନର ତଳେ ଲଢିଥିବା ସମସ୍ତ ପ୍ରାର୍ଥୀ ସମାଜର ଭିନ୍ନ ଭିନ୍ନ ବର୍ଗରୁ ଆସିଛନ୍ତି । କହିରଖୁ କି ବସ୍ମୀ ଆନନ୍ଦ ଏହାପୂର୍ବରୁ ପୁଡୁଚେରୀରେ କଂଗ୍ରେସ ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

କୁହାଯାଉଛି କି ପଞ୍ଚାୟତ ନିର୍ବାଚନରେ ଅଭିନେତା ବିଜୟଙ୍କ ପ୍ରାର୍ଥୀ ଜିତିବା ରାଜନୀତିରେ ଏକ ଛୋଟ କଥା ହୋଇପାରେ କିନ୍ତୁ ପ୍ରଥମଥର ନିର୍ବାଚନ ଲଢି ଏତେ ଆସନରେ ବିଜୟୀ ହେବା ଅନ୍ୟ ରାଜନୈତିକ ଦଳକୁ ଚିନ୍ତା କରିବାକୁ ବାଧ୍ୟ କରିଛି ।